ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୬/୦୫) : ପରୀକ୍ଷା ଫଳ ଖରାପ ହୋଇଥିଲେ କରନ୍ତୁ ପୁନଃ ମୂଲ୍ୟାଙ୍କନ ପାଇଁ କରନ୍ତୁ ଆବେଦନ । ମାର୍କିଙ୍ଗରେ ଯେଉଁମାନଙ୍କ ତ୍ରୁଟି ରହିଛି ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ ।
ରି-ଚେକିଂ ପାଇଁ ଆବେଦନ କରିବାକୁ ଚାଁହୁଥିବା ଛାତ୍ରଛାତ୍ରୀମାନେ ମେ ୨୯ ରୁ ୧୨ ଜୁନ୍ ଯାଏଁ ରି-ଚେକିଂ ପାଇଁ ଅନଲାଇନ୍ରେ ଆବେଦନ କରିପାରିବେ । ଜୁନ ୧୨ ତାରିଖ ଯାଏ ରି-ଚେକିଂ ପାଇଁ ଆବେଦନ କରିଲେ ସେମାନଙ୍କ ପରୀକ୍ଷା ଖଟକୁ ପୁନଃ ମୂଲ୍ୟାଙ୍କନ କରାଯିବ । ଆଜି ପ୍ରକାଶ ପାଇଛି ଦଶମ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ଏହି ପରୀକ୍ଷା ଫଳ ମାଧ୍ଯମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ।
ତେବେ ଚଳିତ ବର୍ଷ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଛି ଇ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିସହ ୨୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି I କିଛି ଛାତ୍ରଛାତ୍ରୀମାନେ ଦଶମ ପରୀକ୍ଷା ଫଳକୁ ନେଇ ଅସନ୍ତୋଷ ଅଛନ୍ତି । ସେମାନେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।