ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପ୍ରସିଦ୍ଧ ଦେବୀ ମା ମେଟାକାନୀ ଙ୍କ ପୀଠ କୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳ ଭାବେ ଚିହ୍ନଟ କରିଛନ୍ତି l
ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସାମର୍ଥ ବର୍ମା ମେଟାକାନୀ ପୀଠକୁ ପର୍ଯ୍ୟଟନ ସ୍ଥଳ ଭାବେ ଚିହ୍ନଟ କରିଛନ୍ତି l ଏ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ( ଚିଠି ନମ୍ବର -୨୨୬୧ ତା ୧୦/୦୨/୨୦୨୫) ଅନୁସାରେ ଜଣାଇଦିଆଯାଇଛି l ସୁବର୍ଣ୍ଣପୁର – ସମ୍ବଲପୁର ରାସ୍ତା ର କୁତମେଣ୍ଡା ନିକଟରେ ଥିବା ପ୍ରତ୍ୟକ୍ଷ ଦେବୀ ମା ମେଟାକାନୀ ପୂର୍ବରୁ ତେନ୍ତୁଳି ଗଛ ମୂଳେ ପୂଜା ପାଉଥିଲେ l ବର୍ତ୍ତମାନ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ କ୍ରମେ ଭବ୍ୟ ମନ୍ଦିର, ଶିଶୁ ଉଦ୍ୟାନ ମଧ୍ୟ ନିର୍ମାଣ ହୋଇ ସାରିଛି l
ରାଜ୍ୟ ର ବିଭିନ୍ନ ଜିଲ୍ଲା ସମେତ ତଥା ପଡୋଶୀ ଛତିଶଗଡ ରାଜ୍ୟରୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମା ଙ୍କ ଦର୍ଶନ କରିବା ସହ ବଣଭୋଜି ର ମଜା ଉଠାଇଥାନ୍ତି l ରାସ୍ତା ରେ ଯାତାୟାତ କରୁଥିବା ଯାନବାହାନ ମୁଖ୍ୟ ରାସ୍ତା କଡରେ ଥିବା ମନ୍ଦିର ରେ ଅଟକି ମା ଙ୍କ ଦର୍ଶନ କରି ଯାତ୍ରା ସଫଳ କରିବାକୁ ପ୍ରାର୍ଥନା କରିଥାନ୍ତି l ଏହି ପୀଠ ପର୍ଯ୍ୟଟନସ୍ଥଳ ଚିହ୍ନଟ ହେବା ପରେ ପୀଠ ତଥା ଅଂଚଳ ର ବିକାଶ ହେବ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି l