ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୮) : ଗତ ଦୁଇବର୍ଷ ତଳେ ଆଦିବାସୀ ଅଧ୍ୟୁଷିତ ଶିଆଳି ପଂଚାୟତ ର ପଲମାନ ଗୁଡା ଓ ସିରିଡା ଯିବା ପାଇଁ ଏକ ସେତୁ ର ଶିଳାନ୍ୟାସ ହୋଇଥିଲା ତାହା ଏଯାଏଁ ସାରି ମ ଥିବା ଯୋଗୁଁ ଆଦିବାସୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଗତ ପଂଚାୟତ ନିର୍ବାଚନ ଆଗରୁ ଶିଆଳି ପଂଚାୟତ ର ପଲମାନ ଗୁଡା ଓ ସିରିଡା ଗ୍ରାମ କୁ ସଂଯୋଗ କରୁଥିବା ଏକ ଚିରସ୍ରୋତା ନାଳ ଉପରେ ବିଜୁ ସେତୁ ଯୋଜନାନାମ ଟେ ପ୍ରାୟ ୨ କୋଟି ରୁ ଉର୍ଦ୍ଧ ଟଙ୍କା ରେ ନିର୍ମାଣ ଅରମ୍ଭ ହୋଇ ଦୁଇବର୍ଷ ବିତିଯାଉଥିଲେ ସୁଧା ଏ ଯାଏଁ ସରିନି ବୋଲି ଗ୍ରାମବାସୀ ଓ ସରପଞ୍ଚ ରାମ ପ୍ରସାଦ ପଟନାୟକ ଅଭିଯୋଗ କରିଛନ୍ତି । ଏହି ନିର୍ମାଣ ସ୍ଥଳ ରେ କୌଣସି ବୋର୍ଡ ନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ଯାଏଁ କିଭଳି ଚୁପ ବସିଛି । ସେପଟ ଲୋକେ ଯିବା ଆସିବା ପାଇଁ ଥିବା ପାର୍ଶ୍ଵ ରାସ୍ତା କୁ ଧ୍ୟାନ ଦେଉନାହାନ୍ତି ଠିକାଦାର, କେତେଯେ ଲୋକ ଏହି ରାସ୍ତା ରେ ପଡୁଛନ୍ତି । ତୁରନ୍ତ ଏହି ସେତୁ କିଭଳି ନିର୍ମାଣ ହେବ ଜିଲ୍ଲା ପ୍ରଶାସନ ପାଖରେ ଲୋକେ ଦାବୀ ଜଣାଇଛନ୍ତି ।