32.9 C
Balāngīr
Saturday, July 12, 2025

ପାଇକସାହି ଭାଗବତ ଟୁଙ୍ଗିର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

Must read

ରିପୋର୍ଟ : କ୍ଷମା ସାଗର ଦାଶ୍
ମୁନିଗୁଡ଼ା, (୭/୦୮) : ରାୟଗଡା ମୁନିଗୁଡାର ଆଦିତ୍ୟ ବାହିନୀ ମୁନିଗୁଡା ଶାଖା ଆନୁକୁଲ୍ୟରେ ଗଠିତ ପାଇକସାହି ସ୍ଥିତ ପୁରୁଷୋତ୍ତମ ଭାଗବତ ଟୁଙ୍ଗିର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ପୁରୋହିତ ଜଗବନ୍ଧୁ ପଣ୍ଡାଙ୍କ ପୌରାହିତ୍ୟରେ ମଣ୍ଡପ ନିକଟରେ ଷୋଡଶ ଉପଚାର ପୂଜା,ହୋମଯଜ୍ଞ, ଘୃତ ଯଜ୍ଞ, ତୁଳସୀ ଅର୍ପଣ,କଥାଯଜ୍ଞ, ଭାଗବତ ପଠନ,ଅର୍ଣ୍ଣଯଜ୍ଞ ଆଦି ସହ ବିଭିନ୍ନ ପୁଜାର୍ଚ୍ଚନା କରାଯାଇଥିବା ବେଳେ କର୍ତ୍ତା ଭାବେ ଅଭିମନ୍ୟୁ ସାହୁ,ବିନୋଦିନୀ ସାହୁ କାର୍ଯ୍ୟ ତୁଲାଇଥିଲେ l ପରେ ଭାଗବତ ଟୁଙ୍ଗି ମଣ୍ଡପ ଠାରୁ ଗୁଣ୍ଡିଚା ମନ୍ଦିର ଓ ପରେ ରେଳ ଷ୍ଟେସନ ପର୍ଯ୍ୟନ୍ତ ସଂକୀର୍ତନ ମଣ୍ଡଳୀ ସହ ଭବ୍ୟ ନଗର ପରିକ୍ରମା କରାଯାଇଥିଲା। ପରେ ପ୍ରସାଦ ସେବନର ଉତ୍ତମ ବ୍ୟବସ୍ଥା କରାଯାଇଥିଲା । ପରେ ଆଦିତ୍ୟ ବାହିନୀ ମୁନିଗୁଡା ଶାଖାର ବିଭିନ୍ନ ଭାଗବତ ଟୁଙ୍ଗି ମଧ୍ୟରୁ ଅଧିକାଂଶ ଟୁଙ୍ଗିରୁ କର୍ମକର୍ତ୍ତା ଓ ଭକ୍ତ ମାନଙ୍କ ସମାଗମ ହୋଇଥିଲା ।

ଏଥିସହ ଅତିଥି ଭାବେ ଯୋଗ ଦେଇଥିବା ମିନାଝୁଲା ଜନକଲ୍ୟାଣ ଆଶ୍ରମର କ୍ରିୟାଯୋଗୀ ତପସ୍ୱୀ ଜନକା ନନ୍ଦ ଗିରି ଓ ଆଦିତ୍ୟ ବାହିନୀର କର୍ମକର୍ତାଙ୍କୁ ସମ୍ନାନିତ କରିବା ସହ ଉପସ୍ଥିତ ଭକ୍ତ ବୃନ୍ଦଙ୍କୁ ସମ୍ବୋଧିତ କରି ସମସ୍ତଙ୍କର ମନରେ ପରୋପକାରର ଭାବ ଜାଗ୍ରତ କରାଇବା ଓ ଆଧ୍ୟାତ୍ମିକ ଚେତନାରେ ଅନୁପ୍ରାଣିତ ହୋଇ ଆତ୍ମିକ ବିକାଶ କରିବାକୁ ପ୍ରେରଣା ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ପୁରୁଷୋତ୍ତମ ଭାଗବତ ଟୁଙ୍ଗିର ମୁଖ୍ୟ ଜାମି ମହେଶ,ଭାଗବତ ପ୍ରେମୀ ବଂଶୀଧର ନନ୍ଦ, ଜତ ମହାରଣା, ପ୍ରଭାକର ଲାବଲା, କ୍ଷିତିସ ସାହୁ,ରାମଅବତାର ଅଗ୍ରୱାଲ, ଦିଲ୍ଲୀପ ସୁବୁଦ୍ଧି, ତରଣୀ ବେହେରା ଓ ମହିଳା ସଦସ୍ୟା ସୁଦେଷ୍ନା ଦାସ,ଶାନ୍ତି ପଟ୍ଟନାୟକ, କାଜୋଲ ବାଟବୟାଲ, କୌତୁକି ମାର୍ଥା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...