ପାଟଣାଗଡ଼/ନରସିଂହପୁର, (୧୯/୦୪) : ଆପ୍ର. : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ତାଣ୍ଡବ ରଚିଲା କାଳବୈଶାଖୀ । ବର୍ଷା ଓ ପବନରେ ଭଙ୍ଗିଲା ଅନେକ ଗଛ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ବର୍ଷା ପବନ ହେବା ଯୋଗୁଁ ଅନେକ ଗଛଭାଙ୍ଗିଛି । ଗଛଭାଙ୍ଗି ରାସ୍ତା ଓ ବିଦ୍ୟୁତ ତାରରେ ପଡିବା ଦ୍ୱାରା ଯାତାୟତ ବ୍ୟାଘାତ ହେବା ସହିତ ବିଦ୍ୟୁତକାଟ ହୋଇଛି । ବିଭିନ୍ନ ଯାଗାରେ ଅଗ୍ନିଶମବାହିନୀ ତରଫରୁ ଗଛକାଟି ରାସ୍ତା ସଫା କରାଯାଇଛି ।
ଏପଟେ କଟକ ଜିଲ୍ଲା ନରସିଂହପୁର ବ୍ଲକର ବିଭିନ୍ନ ଅଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଜୋରରେ ପବନ ବହିବା ସହ କୁଆପଥର ମାଡ଼ । ପାଇକବାରବାଟୀ,ଲେହେଙ୍ଗ,କଳପଡ଼ା, ଅଲରା, ବନ୍ଧହୁଡ଼ା, ଆଦି ବିଭିନ୍ନ ଜାଗାରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । କିଛି ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଜୋରରେ ପବନ ବହିବାରୁ ବିଭିନ୍ନ ଜାଗାରେ ଚାଳ ଛପର ଓ ଟିଣ ଛପର ଉଡାଇ ନେଇଛି । ରାସ୍ତା ଅବରୋଧକୁ ଘଟାଇବା ପାଇଁ ନରସିଂହପୁର ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି ।