32.9 C
Balāngīr
Saturday, July 12, 2025

ପାଟ୍ରୋଲିଂ ସମୟରେ ଶାଗୁଆନ କାଠ ଜବତ : ଅଭିଯୁକ୍ତ ଗିରଫ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୯/୦୫) : ଗତ କିଛି ଦିନ ଧରି ଜଙ୍ଗଲ କାଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା ମୂଲ୍ୟବାନ କାଠ ।

ଏହି ଖବର ବ୍ରାହ୍ମଣୀଗାଁ ବନାଞ୍ଚଳ ନିକଟରେ ପହଞ୍ଚିବା ପରେ ବିଭାଗ ପକ୍ଷରୁ ରାତିରେ ପାଟ୍ରୋଲିଂ କୁ କଡାକଡି କରାଯାଇଥିଲା । ସୂଚନା ଅନୁସାରେ, ବ୍ରାହ୍ମଣୀଗାଁ ବନାଞ୍ଚଳ କାଟିଙ୍ଗିଆ ସେକ୍ସନର ଗୁଡିକିଆ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଏକ ମିନି ଟ୍ରକରେ ୨୪ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଅଞ୍ଚଳକୁ ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ । ଏଥିରେ ସମ୍ପୃକ୍ତି ୮ ଜଣଙ୍କୁ ବନ କର୍ମଚାରୀ ଗିରଫ କରିଥିଲେ । ଜବତ କାଠ ଗଣ୍ଡିର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି ।

ଗିରଫ ୮ ଜଣଙ୍କ ମଧ୍ୟରେ ବଡ଼ଗଡ଼ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ, ଉପେନ୍ଦ୍ର ଗୌଡ଼, ଶରତ ସେଠି, ବାବୁଲା ସ୍ୱାଇଁ, ଶିବ ଜେନା, କୃଷ୍ଣ ବିଶୋଇ, ବାବୁଲା ଘଡେଇ ଏବଂ ଶଙ୍କର ପାତ୍ର ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ବେହେରାଙ୍କ ସମେତ ବନପାଳ ସରୋଜ ମଙ୍ଗରାଜ, ଦୀପକ ପଟ୍ଟନାୟକ, ସରୋଜ ପାତ୍ର, ମାର୍କା ମଲିକ, ଇନ୍ଦ୍ରମଣୀ ଦିଗାଲ ଏବଂ ଅନ୍ୟ ଟିମ ସାମିଲ ହୋଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...