32.9 C
Balāngīr
Friday, April 25, 2025

ପାଣି ନାଁ ଜହର ଅସଲି ନାଁରେ ବିକ୍ରି ହେଉଛି ନକଲି

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୯/୦୩) : ପାଣି ନାଁ ରେ ବିକ୍ରି ହେଉଛି ଜହର । ଚକାଚକ ବୋତଲରେ ପ୍ରତି ପାନ ଦୋକାନ, ଗ୍ରସେରି ଦୋକାନ ଓ ଠେଲାଗାଡ଼ିରେ ଦୋକାନ କରିଥିବା ବ୍ୟବସାୟୀଙ୍କ ପାଖରେ ଅଧିକାଂଶ ପାଣି ବୋତଲ ନକଲି ରହିଛି ।WhatsApp Image 2025 03 09 at 09.22.55 ପାଣି ନାଁ ଜହର ଅସଲି ନାଁରେ ବିକ୍ରି ହେଉଛି ନକଲି

ପାଣି ନାଁ ଜହର ଅସଲି ନାଁରେ ବିକ୍ରି ହେଉଛି ନକଲି । ଯାହା ସମ୍ପର୍କରେ ଜାଣି ପାରୁ ନାହାଁନ୍ତି ଗ୍ରାହକ। ଶୋଷ ଲାଗିଲା ପାଣି ପିଇବା କହି ପିଇ ଦେଉଛନ୍ତି। ପାଣି ବୋତଲ ତିଆରି, ପ୍ୟାକିଂ ସମ୍ପର୍କରେ କୌଣସି ତାରିଖ ଉଲ୍ଲେଖ ନଥିବା ସତ୍ତ୍ୱେ ଖାଦ୍ୟ ସୁରକ୍ଷା ବିଭାଗ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ପାଣି ବୋତଲ ସହିତ ପାଣି ପାଉଚ୍ ମଧ୍ୟ ବିକ୍ରି ଚାଲିଛି ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସୁଚାନୁସାରେ, ମିନେରାଲ୍ ୱାଟର ତିଆରି ପାଇଁ କିଛି ନିର୍ଦ୍ଧିଷ୍ଟ ପରୀକ୍ଷା ନିରୀକ୍ଷା କରାଯାଇଥାଏ। ପାଣିକୁ ପ୍ରଥମେ ଭଲ ଭାବେ ବିଶୋଧନ ଓ ଜୀବାଣୁମୁକ୍ତ କରି ୟୁଭି(ଅଲଟ୍ରା ଭାଓଲେଟ), ଓଜୋନ୍ ଏବଂ ଆରଓ(ରିଜର୍ଭ ଓମୋସିସ) ପ୍ରକ୍ରିୟା କରାଯାଇଥାଏ। ପାଣି ବଜାରକୁ ଛଡାଯିବା ପୂର୍ବରୁ ଏହାକୁ ଭଲ ଭାବରେ ପରୀକ୍ଷା କରାଯାଏ ।

କିନ୍ତୁ, ବେନାମୀ କମ୍ପାନୀ ଗୁଡ଼ିକ ଏହି ପ୍ରକ୍ରିୟାକୁ ନ ଆପଣାଇ ଆର୍ ପ୍ଲାଣ୍ଟ ରେ ପ୍ୟାକିଂ ହେଉଥିବା ଦର୍ଶାଇ ମାର୍କେଟକୁ ଛାଡୁଛନ୍ତି। ରାୟଗଡ଼ ଜିଲ୍ଲାରେ ଆଖପାଖ ଅଞ୍ଚଳରୁ ଅନେକ ପାଣି କମ୍ପାନୀ ଏହିଭଳି ପାଣି ପ୍ରସ୍ତୁତ କରୁଛନ୍ତି। ଉନ୍ନତ ମାନର ମେସିନ ନ ବସାଇ ସାଧରଣ ଭାବେ ପାଣି ପ୍ୟାକିଂ କରି ବୋତଲ ମାର୍କେଟକୁ ଛାଡୁଛନ୍ତି। ବୋତଲ ଡ଼ିଜାଇନିଂ ଓ ପ୍ୟାକିଂ ଷ୍ଟାଇଲ ଅତି ସୁନ୍ଦର ହୋଇ ଥିବାରୁ ବାଜାରରୁ କିଣୁଥିବା ଗ୍ରାହକ ମାନେ ମଧ୍ୟ କୌଣସି ସନ୍ଦେହ କରୁ ନାହାଁନ୍ତି। ରାୟଗଡ଼ ସମେତ ଆନ୍ଧ୍ର ପ୍ରଦେଶରୁ ଓ ଛତିଶଗଡ଼, ଟିଟିଲାଗଡ, ଭବାନି ପାଟଣା, ଜୟପୁର ଓ ରାୟପୁର, ବ୍ରହ୍ମପୁରରୁ ମଧ୍ୟ ଦୈନିକ ବହୁ ବେନାମୀ ପାଣି ରାୟଗଡ଼ ବଜାରକୁ ପ୍ରବେଶ କରୁଛି ।

ଆକର୍ଷଣୀୟ ଅଫର ଓ ଗିଫ୍ଟ ଭାଉଚର ଗୁଡ଼ିକ ଥିବା ଯୋଗୁଁ ବ୍ୟବସାୟୀ ଲୋଭ ବଶବର୍ତ୍ତୀ ହୋଇ ନକଲି ପାଣି ଗ୍ରାହକ ମାନଙ୍କୁ ବିକ୍ରି କରୁଛନ୍ତି। ଖାଦ୍ୟ ସୁରକ୍ଷା ବିଭାଗ ନିୟମିତ ଭାବେ ବିକ୍ରି ହେଉଥିବା ପାଣି ବୋତଲର ଯାଞ୍ଚ କରିବାର ନିୟମ ରହିଛି। କିନ୍ତୁ, ରାୟଗଡ଼ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ବିଭାଗ ନିଦାବିଷ୍ଣୁ ସାଜିଥିବା ବେଳେ ବେନାମୀ କମ୍ପାନୀ ଗୁଡ଼ିକ ନିଜ ନିଜର ବ୍ୟବସାୟ ଓ କଳାବଜାରି ବଢ଼ି ଚାଲିଛି। ଆଗକୁ ରୁଦ୍ର ତାପ ର ପ୍ରଭାବ ବଡୁଥିବା ହେତୁ ଖରାଦିନ ଆସୁଥିବାରୁ ସହରର ଅଧିକାଂଶ ଦୋକାନରେ ବେନାମି ପାଣି କମ୍ପାନୀର ବୋତଲ ଓ ପାଉଚ ପ୍ରବଳ ମାତ୍ରାରେ ମହଜୁଦ ହୋଇ ରହିଛି ।

ବହୁ ଦୋକାନ ଗୁଡିକରେ ୨/୩ମାସ ଧରି ପାଣି ବୋତଲ ଜମା ହୋଇ ରହିଥିବା ବେଳେ, କିଛିର ଅବଧି ମଧ୍ୟ ଶେଷ ହୋଇଗଲାଣି। । ଫୁଡ୍ ଇନସପେକ୍ଟରଙ୍କ ସମେତ ସ୍ଵାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏଥି ପ୍ରତି ସଜାଗ ନ ହେଲେ ଏହିଭଳି ପାଣି ସ୍ଵାସ୍ଥ୍ୟ ଖରାପର ମୁଖ୍ୟ କାରଣ ହେବ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...