32.9 C
Balāngīr
Friday, June 13, 2025

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ କାର୍ଯ୍ୟାବଳୀ ନାମକୁ ମାତ୍ର, କାଗଜ କଲମରେ କୋଟି କୋଟି ଟଙ୍କା ହଡ଼ପ,ଲୋକ ଙ୍କୁ ମିଳୁନି ପିଇବା ପାଣି

Must read

ବଲାଙ୍ଗୀର/ଟିଟିଲାଗଡ, (୧୧/୦୫) : ଆପ୍ର. : ବଲାଙ୍ଗୀର ଜିଲ୍ଲା ରେ ସାଧାରଣ ଲୋକ ଙ୍କୁ ସର୍ବ ନିମ୍ନ ମୌଳିକ ସୁବିଧା ପାନୀୟ ଜଳ ଯୋଗାଣ କରିଦେବା ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।

ସାଧାରଣ ଲୋକ ଙ୍କୁ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ପାନୀୟ ଜଳ ଯୋଗାଣ ସହ ବିଦ୍ୟୁତ୍ ସଂଯୋଗ କରିବା ଉଚିତ୍ ହୋଇ ଥିବା ବେଳେ ବିନା ଜଳ ଯୋଗାଣ ରେ କେବଳ ନାମ କୁ ମାତ୍ର କିଛି ପାଣି ଟାଙ୍କି ବସେଇ ନାନା ପ୍ରକାର ଯୋଜନା ନିମନ୍ତେ ଫଟୋ ଉଠେଇ କୋଟି, କୋଟି ଟଙ୍କା ର ମୋଟା ଅଙ୍କର ଅର୍ଥ ଜିଲ୍ଲା ମୁଖ୍ୟ ଅଧିକାରୀ ଓ କିଛି ବରିଷ୍ଠ ଅଧିକାରୀ ମିଶି ହଡ଼ପ କରି ଥିବା ଅଭିଯୋଗ ଏବେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି କରିଛି ।

ଏହି ଅଧିକାରୀ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଗ୍ରାମ ଗୁଡ଼ିକ ରେ କେବଳ ସୂଚନା ଫଳକ ଓ କିଛି ପାଣି ଟାଙ୍କି ନିର୍ମାଣ ମାନ କରି ଦେଇ ବ୍ୟାପକ ବିଲ, ଭାଉଚର୍ ସହ ବ୍ୟାପକ ସରକାରୀ ଟଙ୍କା ହଡ଼ପ କରି ଆସୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ର ସହ,ସହ ଗ୍ରାମବାସି ତଥା ବିଭିନ୍ନ ସହରାଞ୍ଚଳ ବାସି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନ ଥିବା ଯୋଗୁଁ ପାନୀୟ ଜଳ ପାଇଁ ଲୋକେ ଡହଳ, ବିକଳ ହୋଇ ଆସୁଥିବା ସାର ହୋଇଛି । ଏ ନେଇ ବଲାଙ୍ଗୀର ଜିଲ୍ଲାପାଳ,ଟିଟିଲାଗଡ ଉପ ଜିଲ୍ଲାପାଳ,କଣ୍ଟାବାଞ୍ଜି, ପାଟଣାଗଡ ତଥା ଜିଲ୍ଲା ର ଅନେକ ଅଞ୍ଚଳ ଗୁଡ଼ିକ ର ବିଭିନ୍ନ ସରକାରୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣା ପ୍ରଦର୍ଶନ କରାଯାଇ କାର୍ଯ୍ୟନୁଷ୍ଠାନ ଦାବି କରାଯାଉଛି ।

ଜିଲ୍ଲା ରେ ପାନୀୟ ଜଳ ଯୋଗାଣ ରେ ବ୍ୟାପକ ଅନିୟମିତତା ସହ ହରିଲୁଟ୍ ଓ ସାଧାରଣ ଲୋକ ଙ୍କୁ ପାନୀୟ ଜଳ ଯୋଗାଣ ଦିଗରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି । ଏ ନେଇ ଜିଲ୍ଲା ମୁଖ୍ୟ ଜଳ ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ ସେ ପାନୀୟ ଜଳ ଯୋଗାଣ ଟ୍ୟାଙ୍କର ଯୋଗେ କରାଇ ଦିଆ ଯିବ ଓ କିଛି ଗ୍ରାମାଞ୍ଚଳ କୁ କରାଇ ଦିଆ ଗଲାଣି ବୋଲି ପ୍ରକାଶ କରିଥିଲେ । ଶରକାଇ ଅର୍ଥ ଖର୍ଚ୍ଚ ଦର୍ଶାଇ ବିଭିନ୍ନ ଯୋଜନା ଆଳରେ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ହେଲେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବା ଓ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କାହା ସ୍ୱାର୍ଥରେ ବୋଲି ପ୍ରନ୍ନବାଚି ସୃଷ୍ଟି ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...