32.9 C
Balāngīr
Saturday, July 12, 2025

ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା

Must read

ଘଷିପୁରା, (୨୯/୦୬): ଆପ୍ର. : କେନ୍ଦୁଝର ଜିଲ୍ଲା ଘଷିପୁରା ପୁଲିସକୁ ଖୋଲା ଚାଲେଞ୍ଜ କରୁଛନ୍ତି ଚୋର । ସିସିଟିଭି ପାଖରୁ ହେଉଛି ଚୋରି ।

ବାରମ୍ବାର ଆନନ୍ଦପୁର ଅଞ୍ଚଳରେ ଚୋରି ହେଉଥିଲେ ବି ଲୁଟେରାଙ୍କ ଟେର୍ ପାଉନି ପୁଲିସ । ଅଭିଯୋଗ ପରେ ତଦନ୍ତ କରୁଛି ପୁଲିସ । ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଘଷିପୁରା ଥାନା ଅନ୍ତର୍ଗତ ଆନନ୍ଦପୁର ମେଡିକାଲ ନିକଟରେ ଥିବା ଏକ ପାନ ଦୋକାନରୁ ଚୋରି ହୋଇଛି । ଦୋକାନରୁ ୧୦ହଜାରରୁ ଅଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ସହ କିଛି ନଗଦ ଟଙ୍କା ଚୋରି କରି ନେଇଛନ୍ତି ଚୋର । ପାଖରେ ସିସିଟିଭି ଲାଗିଛି କିନ୍ତୁ ଚୋରମାନେ ପୁଲିସକୁ ଚାଲେଞ୍ଜ କରି ଦୋକାନ ତାଲା ଭାଙ୍ଗି ଦାମୀ ସାମଗ୍ରୀ ଚୋରି କରି ନେଇଛନ୍ତି । ରବିବାର ସକାଳୁ ଦୋକାନ ମାଲିକ ବିଶ୍ଵନାଥ ସାହୁ ଜାଣିବା ପରେ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...