ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୨) : ଗଜପତି ଜିଲ୍ଲା ରେ ଅପମିଶ୍ରିତ ପାଣି ର ଅବାଧ ବିକ୍ରୀ ବେଧଡକ ଭାବେ ଚାଲିଛି ।ହେଲେ ଜନ ସ୍ୱାସ୍ଥ୍ୟ ବିଭାଗ ର ନିଘା ନ ଥିବାରୁ ମିନେରାଲ ୱାଟର ନାମ ଦୂଷିତ ପାଣି ବିକ୍ରୀ ବଢ଼ି ଚାଲିଛି ।
ଗତ ଦୁଇଦିନ ତଳେ ପାରଳାଖେମୁଣ୍ଡି ବସ ଷ୍ଟାଣ୍ଡ ଠାରେ ଜଣେ ଯାତ୍ରୀ ଏକ ପାଣି ବୋତଲ କ୍ରୟ କଲେ, ସେଥିରେ ଆର କେ ଅକ୍ୱା ବୋଲି ଲେବୁଲ ମରାଯାଇଛି, କିନ୍ତୁ ତାଙ୍କୁ ସନ୍ଧେହ ହେବାରୁ ସେ ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଜଣାଇଥିଲେ । ସିଡିଏମ ଓ ଏହାକୁ ଗୁରୁତର ସହ ନେଇ ନମୁନା ପରୀକ୍ଷା ପାଇଂ ଭୁବନେଶ୍ୱର ପଠାଇଥିଲେ, ବିଭିନ୍ନ ଯାଗାରେ ଚଢ଼ାଉ କରି ୧୫ ହଜାର ଟଙ୍କା ଫାଇନ କରିଥିଲେ, ଏଣୁ ତାଙ୍କୁ ପ୍ରଶଂସା କରାଯାଉଛି । ଗଜପତି ର ବିଭିନ୍ନ ହାଟ, ବଜାର ଓ ଘୋରେଇ ଭାବେ ଅକ୍ୱା ପାଣି ବୋଲି କହି ଏକ ବଡ଼ ଯାର ପାଣି ଦଶ ଟଙ୍କା ରେ ବିକ୍ରୀ ହେଉଛି, ଏଭଳିକି ମଦ ଓ ବାର ଅଂଚଳ ରେ ଅଧିକ ଅପମିଶ୍ରଣ ପାଣି ବିକ୍ରୀ ବଢୁଛି । ଏଣୁ ଜନ ସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ ଜାରି ରଖିବା ସହ ସହ ଅସାଧୁ ଙ୍କୁ ଫାଇନ ଓ ଜେଲ ଦଣ୍ଡ କରନ୍ତୁ ବୋଲି ଦାବୀ ହେଉଛି ।