କାଶୀନଗର, (୧୩/୩) : ଆ.ପ୍ର. : କାଶୀନଗର ବ୍ଲକ ରେ ସୀମା ପାରଳା ରେଳ ଷ୍ଟେସନ ଠାରୁ କିଛି ଦୂର ରେ ଥିବା ଖିଂଗା ଉପ୍ରା ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଗତ ସୋମବାର ରେ ।
ବିଦ୍ୟାଳୟ ରେ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷୟିତ୍ରୀ ସବିତା ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିର୍ମଳା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ରାଣୀପେଣ୍ଠ ହାଇସ୍କୁଲ ପ୍ରଧାନ ଶିକ୍ଷକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ । କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇ ଥିଲା ।