ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୩) : ଟାଉନ ବିଜେଡ଼ି ତରଫରୁ ପାରଳାଖେମୁଣ୍ଡି ବିଧାୟକ ମାନ୍ୟବର ରୁପେଶ ପାଣିଗ୍ରାହୀ ଙ୍କୁ ବିଭିନ୍ନ ବିଷୟ ସମ୍ବଳିତ ଦାବୀପତ୍ର ଦିଆଯାଇଥିବା ବିଷୟ ଉପାଧ୍ୟକ୍ଷ ରଘୁରାମ ସାହୁ ସୂଚନା ଦେଇଛନ୍ତି ।
ଗତ କାଲି ବିଧାୟକ ପାଣିଗ୍ରାହୀ କାଶୀନଗର ବସ ଷ୍ଟାଣ୍ଡ କୁ ହଠାତ ଗସ୍ତ କରିଥିଲେ, ସେ ଦୈନିକ ବଜାର ର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କରିବା ସହ ଦୈନିକ ବଜାର ଓ ଜନ ସ୍ୱାସ୍ଥ୍ୟ ବିଭାଗ ର ପୁରୁଣା କାର୍ଯ୍ୟାଳୟ କୁ ନେଇ ଗ୍ରାଉଣ୍ଡ ସ୍ତର ରେ ଦୈନିକ ବଜାର ସହ ଉପର ଭାଗ ରେ ପୌର କାର୍ଯ୍ୟାଳୟ କରିବା ପାଇଁ ଦାବିପତ୍ର ଦେଇଥିଲେ । ଭେଣ୍ଡିଂ ଜୋନ ଗୁଡିକ ତାଲା ଖୋଲା ହେଉ ନଥିବା ସହ ମଦ୍ୟପ ଙ୍କ ଆଡ୍ଡା ପାଲଟିଥିବା ଦେଖି ବିରକ୍ତ ପ୍ରକାଶ କରିଥିଲେ । ଏହି ଦାବୀ ପତ୍ର ଦେବା ପାଇଁ ଉପାଧ୍ୟକ୍ଷ ରଘୁରାମ ସାହୁ, ଯୁବ ବିଜେଡ଼ି ନେତା କେ. ତେଜା, ତ୍ରିନାଥ ନାୟକ, ଗୋପୀନାଥ ପାତ୍ର, ଏସ ମିନା ରାଓ, ଭାସ୍କର ରାଓ, ଜଗଦୀଶ୍ଵର ରାଓ ସାକ୍ଷାତ କରି ଆଲୋଚନା କରିଥିଲେ ।