32.9 C
Balāngīr
Wednesday, April 30, 2025

ପାରାଦୀପରେ ସୁନା ବ୍ୟବସାୟୀଙ୍କ ବେକରେ କଟୁରୀ ଲଗାଇ ଲୁଟ

Must read

ପାରାଦୀପ, (୨୨/୦୩) : ଆ.ପ୍ର. : ପାରାଦୀପରେ ଲୁଟେରାଙ୍କ ଆତଙ୍କରାଜ । ସୁନା ବ୍ୟବସାୟୀଙ୍କ ବେକରେ କଟୁରୀ ଲଗାଇ ଲୁଟ । କୁଜଙ୍ଗ ଥାନା ବାଗୋଇ ପୋଲ ନିକଟରେ ଏଭଳି ଘଟଣା ଘଟିଛି ।

୩ ଜଣ ଦୁର୍ବୃତ୍ତ ଲୁଟ କରି ଫେରାର ହୋଇଯାଇଛନ୍ତି । ଦୁଇଟି ସୁନା ଚେନ୍, ୩ଟି ମୁଦି ଓ ସୁନା ବ୍ରେସଲେଟ୍ ଲୁଟ୍ ହୋଇଥିବା ନେଇ ବ୍ୟବସାୟୀ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ କୁଜଙ୍ଗ ବଜାରରେ ଶାନ୍ତିଲତା ଜୁଏଲାରୀ ଦୋକାନ କରିଥିବା ସୁଶାନ୍ତ କୁମାର ସାହୁ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ଏତିକି ବେଳେ ତିନିଜଣ ଦୁର୍ବୃତ୍ତ ଷଣ୍ଢପୁର ନିକଟରୁ ଶୁଶାନ୍ତଙ୍କୁ ପଲସର ବାଇଚରେ ଗୋଡାଇ ଥିଲେ ।

ବାଗୋଇ ପୋଲ ଉପରେ ସେମାନେ ଶୁଶାନ୍ତଙ୍କୁ ଅଟକାଇ ବେକରେ କଟୁରୀ ଲଗାଇ ତିନୋଟି ସୁନା ମୁଦି, ଦୁଇଟି ଚେନ ଓ ଗୋଟିଏ ବ୍ରେସଲେଟ ଛଡ଼ାଇ ନେଇଥିଲେ । ଏନେଇ ବ୍ୟବସାୟୀ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ । ଲୁଟ୍ ହୋଇଥିବା ସମସ୍ତ ଜିନିଷର ମୂଲ୍ୟ ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି । କୁଜଙ୍ଗ ପୋଲିସ ଏନେଇ ଛାନଭିନ ଆରମ୍ଭ କରିଛି ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...