32.9 C
Balāngīr
Tuesday, July 15, 2025

ପାରିବାରିକ କଳହରୁ କାକା ଓ ଦୁଇ ପୁତୁରା ମଧ୍ୟରେ କଟୁରୀରେ ହଣାହଣି,ତିନି ଗୁରୁତର

Must read

ମୁରିବାହାଲ, (୨୨/୦୩) : ଆ.ପ୍ର. : ମୁରିବାହାଲ ଥାନା ଗଁରେଇ ଗ୍ରାମରେ ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ ନେଇ ଜଣେ ସମ୍ପର୍କୀୟ କାକା ଓ ତାଙ୍କ ଦୁଇ ପୁତୁରା ମଧ୍ୟରେ ଧାରୁଆ କଟୁରୀରେ ହଣାହଣି ହେବାରୁ ତିନିଜଣ ଗୁରୁତରଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଗାଁରେଇ ଗ୍ରାମର ପ୍ରଭୁଲାଲ ନାଗ(୮୦)ଥାନାରେ ଦେଇଥିବା ଏତଲା ମୁତାବକ ତାଙ୍କ ପୁଅ ନରସିଂହ ନାଗ(୩୭)ଙ୍କୁ ସମ୍ପର୍କୀୟ ପୁତୁରା ନୂଆଁଖାଉ ନାଗ,ଇନ୍ଦ୍ର ନାଗ, ଲାଏବାନ ନାଗ,ଚେର ନାଗ ଓ କର୍ପୁର ନାଗ ଶୁକ୍ରବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ ନେଇ ଧାରୁଆ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ହାତ କଟିଯାଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ନରସିଂହଙ୍କୁ ପ୍ରଥମେ ମୁରିବାହାଲ ପରେ ବଲାଙ୍ଗିର ଓ ଶେଷ ଖବର ସୁଦ୍ଧା ରାୟପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେହିପରି ଦୁଇ ପୁତୁରା ନୁଆଁଖାଉ ଓ ଇନ୍ଦ୍ର ସନ୍ଧ୍ୟାରେ କଥା ହେଉଥିବା ବେଳେ ହଠାତ୍ ସମ୍ପର୍କୀୟ କାକା ନରସିଂହ ଉଭୟଙ୍କୁ କଟୁରୀରେ ଅତର୍କିତ ଆକ୍ରମଣ କରିଥିଲା ।

ଉଭୟ ଗୁରୁତର ପୁତୁରା ସେହି କଟୁରୀରେ ହିଁ ନରସିଂହଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର ଆହତଙ୍କୁ ଉଦ୍ଧାର କରି ପୁଲିସ ମେଡିକାଲରେ ଭର୍ତ୍ତି କରିଥିଲା । ଗୁରୁତର ଦୁଇ ପୁତୁରା ଏବେ ରାୟପୁର ମେଡିକାଲରେ ଚିକିତ୍ସିତ ହେଉଥିବାରୁ ଖବର ଲେଖାସୁଦ୍ଧା ଥାନାରେ ଏତଲା ଦେଇନାହାଁନ୍ତି । ଅନ୍ୟ ପକ୍ଷରେ ପ୍ରଭୁଲାଲଙ୍କ ଏତଲା ଆଧାରରେ ପୁଲିସ କେସ ନ ୭୩/୨୫ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍ ପ୍ରକାଶ କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...