ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡ଼ା, (୦୮/୦୩) : ପାରିବାରିକ କଳହକୁ ନେଇ ଖରସ୍ରୋତା ନଦୀକୁ ଡେଇଁଲେ ଯୁବକ ।
ସୂଚନା ଅନୁଯାୟୀ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସାନଆଙ୍କୋ ଗାଁ ର ମନୋଜ ପଲେଇ (୩୫)ପାରିବାରିକ କଳହକୁ ନେଇ ଖରସ୍ରୋତା ନଦୀ ଗଡ଼ଗଡି ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ଦୁଇ ଜଣ ମତ୍ସ୍ୟଜିଵୀ ନଦୀରୁ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ପାଖାପାଖି ମନୋଜ ସେତୁ ଉପରେ ମୋଟର ସାଇକେଲ ରଖି ହଠାତ୍ ଖରସ୍ରୋତା ନଦୀକୁ ଡେ଼ଇଁ ପଡ଼ିଥିଲେ।