ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୧୭/୦୯) : ବାଲିଗୁଡା ଥାନା ପାଙ୍ଗୁରୁମିଲା ଗାଁ ରେ ଅଭାବନୀୟ ଘଟଣା | ପାରିବାରିକ କଳହ ର କରୁଣ ପରିଣତି ଦେଖିବାକୁ ମିଳିଛି | ନିଜ ଜନ୍ମ କଲା ପୁଅ କୁ ବାପା ଓ ନିଜ ଦୁଇ ଭାଇ ମିଶି ହତ୍ୟା ପରେ ଗାଁ ନିକଟସ୍ଥ ଭୁଶୁକୁଟି ଜଙ୍ଗଲରେ ପୋତିଦେଇଥିଲେ l ମୃତକ ହେଲେ ଚୈତନ୍ୟ ପୂଜାରୀ l
ଗତ ୧୪ ତାରିଖ ବିଳମ୍ବିତ ରାତିରେ ପାରିବାରିକ କଳହ ଯୋଗୁଁ ବାପା ଓ ପୁଅ ମିଶି ନିଜ ଘରେ ହତ୍ୟାକରି ଜଙ୍ଗଲରେ ଗଛରେ ଟାଙ୍ଗୀ ଦେଇଥିଲେ ପରେ ଘଟଣା ପ୍ରଘଟ ହେବା ଭୟରେ ଦୋଷ ଲୁଚାଇବାକୁ ଯାଇ ମାତିତଳେ ପୋତି ଦେଇଥିବା ଅଭିଯୋଗ ହେଉଛି l ଘଟଣା ଲୋକଲୋଚନକୁ ଆସିବା ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ | ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ ଶଶାଙ୍କ ଶେଖର ପାତ୍ର ଙ୍କ ଉପସ୍ଥିତରେ ମୃତ ଦେହ ପୋତିଥିବା ଜାଗାକୁ ଦେଖେଇଲା ହତ୍ୟାକାରୀ ବାପା l
ପୋଲିସ ମୃତ ଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ମେଡିକାଲ କୁ ପଠାଇଛି | ଅଭିଯୁକ୍ତ ବାପା ଭୂଷ୍କର ପୂଜାରୀ, ବଡ଼ ଭାଇ ପ୍ରଫୁଲ ପୂଜାରୀ ଓ ଜମ୍ବେବ ପୂଜାରୀଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ l