32.9 C
Balāngīr
Thursday, June 12, 2025

ପାହାଡ଼ ଉପରେ ପଡ଼ିଛି ଦମ୍ପତିଙ୍କ ଗଳିତ ମୃତ ଦେହ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୧/୦୮) : ପାହାଡ଼ ଉପରୁ ଦମ୍ପିତିଙ୍କ ଗଳିତ ମୃତ ଦେହ ମିଳିଛି । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ଯାତପଦାରେ ଦେବଗିରି ପାହାଡ଼ ଉପରେ ଦମ୍ପତିଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଛି ।

ମୃତ ଦମ୍ପତି ହେଲେ ହଦ ଗ୍ରାମର ଖୁଣ୍ଟିଆ ମାଝୀ ଓ ତାଙ୍କ ପତ୍ନୀ ପାର୍ବତୀ ମୁର୍ମୁ । ମିଳିଥିବା ସୂଚନା ମୁତାବକ, ହଦ ଗ୍ରାମର ଖୁଣ୍ଟିଆ ମାଝୀ ଓ ତାଙ୍କ ପତ୍ନୀ ପାର୍ବତୀ ମୁର୍ମୁ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ । ତାଙ୍କ ଝିଅ ବିଭିନ୍ନ ଆଡ଼େ ଖୋଜା ଖୋଜି କରିବା ପରେ ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ପଚରାଉଚରା କରିଥିଲେ । କିନ୍ତୁ ବାପା ମାଆଙ୍କୁ ପାଇ ନ ଥିଲେ । ଗତକାଲି ସନ୍ଧ୍ୟାରେ ଗାଁର କିଛି ଲୋକ ପା ଦେବଗିରି ପାହାଡ଼ ଉପରକୁ ଛେଳି ଚରାଇବାକୁ ଯାଇଥିଲେ । ସେଠାରେ ଦୁର୍ଗନ୍ଧ ହୋଇଥିଲା, ପରେ ଦୁଇଟି ମୃତ ଦେହ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଖବର ପାଇବା ପରେ ଉକ୍ତ ସ୍ଥାନରେ ପହଁଚିଥିଲେ ।

ଦମ୍ପତିଙ୍କ ଝିଅ ବାପା ମାଆ ତାଙ୍କୁ ଚିହ୍ନଟ କରିଥିବା କରିଥିବା ଜଣା ପଡ଼ିଛି । ଖୁଣ୍ଟିଆ ମାଝୀ ପତ୍ନୀ ପାର୍ବତୀ ମୁର୍ମୁଙ୍କୁ ଗତ ଦୁଇ ମାସ ତଳେ ଦ୍ୱିତୀୟ ବିବାହ କରିଥିଲେ ବୋଲି ଜଣା ପଡ଼ିଛି । ତେବେ ମୃତ ଦେହ ପାଖରେ ତାଟିଆ ଓ ଗୋଟିଏ ସାର୍ଟ ପଡ଼ିଥିବାରୁ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକ ଏ ନେଇ ଔପଦା ଥାନାକୁ ଖବର ଦେଇଛନ୍ତି । ଖବର ସଂଗ୍ରହ ବେଳକୁ ପୋଲିସ ପହଁଚି ନ ଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...