ରିପୋର୍ଟ : କ୍ଷମା ସାଗର ଦାଶ୍
ରାୟଗଡା, (୩୧/୧୨) : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ବ୍ଲକର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଠ ଗୋଟି କ୍ଲଷ୍ଟରର ୧୮୪ଜଣ ପାଚିକା ଓ ସହାୟିକା ମାନଙ୍କୁ ନେଇ ପିଏମ୍ ପୋଷଣ ଯୋଜନାରେ ବ୍ଲକ୍ ସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ତାଲିମ୍ ଶିବିରଟି ଦୁଇଟି ସ୍ଥାନରେ ତା୩୦/୧୨/୨୦୨୪ରିଖ ଠାରୁ ତା୩୧/୧୨/୨୦୨୪ରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକର ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗଣେଶ ଶବର ମୁଖ୍ୟ ଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ପିସକାପଙ୍ଗା ଠାରେ ଯୋଗ ଦେଇଥିଲା ବେଳେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କଇନ କିମ୍ବାକା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମଧ୍ୟାହ୍ନ ଭୋଜନର ଦାୟିତ୍ଵରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାର ଶ୍ରୀଯୁକ୍ତ ବାଳକୃଷ୍ଣ ବିହାରୀ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଉମାକାନ୍ତ ମିଶାଲ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ଵ ତୁଲାଇଥିଲେ ।
ଏହି ଦୁଇଦିନିଆ ତାଲିମ୍ ଶିବିରରେ ସମ୍ୱଳ ଶିକ୍ଷକ ଭାବେ ଶ୍ରୀଯୁକ୍ତ ଜଗଦିଶ ଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ରାଜେନ୍ଦ୍ର ବେହେରା, ଶ୍ରୀଯୁକ୍ତ ରତ୍ନାକର ବାତ୍ରା, ଶ୍ରୀଯୁକ୍ତ ଅଭିମନ୍ୟୁ କୁଟୁରୁକା ପାଚିକା ସହାୟିକାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲା ବେଳେ ଶ୍ରୀମତୀ ସୈଦାମିନି ଶବର ଓ ସୁଶ୍ରୀ ବନିତା ଗଗେରେଙ୍ଗା ବ୍ଲକ୍ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଶିବିରର ମୁଖ୍ୟ ପ୍ରଶିକ୍ଷକ ଥିଲେ । ଉକ୍ତ ତାଲିମ ଶିବିରରେ ପିଏମ୍ ପୋଷଣ ଅଧିନରେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଭାବରେ ପୃଷ୍ଟି କର ଖାଦ୍ୟ ପ୍ରସ୍ତୁତି ସହିତ ପରିଷ୍କାର ପରିଚ୍ଛନ୍ନତା ପାଳନ କରାଯାଇ ଖାଦ୍ୟ ପରିବେଷଣ କରାଯିବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।