32.9 C
Balāngīr
Wednesday, April 23, 2025

ପିକନିକ୍ ଗାଡି ଧକ୍କାରେ ବାଇକ ଚାଳକ ମୃତ, କ୍ଷତିପୂରଣ ଦାବି

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଣ୍ଟାବାଞ୍ଜି, (୧୦/୦୨) : କଣ୍ଟାବାଞ୍ଜି ସହର ରାଜ୍ୟ ରାଜପଥ ୪୨ର ଗୋରୁବଜାର ନିକଟରେ ଏକ ପିକନିକ୍ ଗାଡି ସହ ଏକ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକର ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ ।

ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବାଇକ ଚାଳକ କଣ୍ଟାବାଞ୍ଜି ଥାନା ଘଣାମହୁଲ ଗାଁର ଧନୀରାମ ଜାଲ ବୋଲି ଜଣାପଡିଛି । ଧନୀରାମ କଣ୍ଟାବାଞ୍ଜିରୁ ନିଜ ଗାଁକୁ ଯାଉଥିବାବେଳେ ବଙ୍ଗୋମୁଣ୍ଡାରୁ ପିକନିକ୍ ଗାଡି ଦ୍ରୁତଗତିରେ ଆସୁଥିବାବେଳେ ମୁହାଁମୁହିଁ ଧକ୍କା ହୋଇଥିଲା । ପିକନିକ୍ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି । ପୁଲିସ ଗାଡିକୁ ଜବତ କରି ତଦନ୍ତ କରିବା ଆରମ୍ଭ କରିଦେଇଛି ।

ଅନ୍ୟପଟେ ମୃତଙ୍କ ପରିବାର ଓ ଗାଁ ଲୋକେ ଗାଡି ମାଲିକ ନ ଆସିବା ପର୍ଯ୍ୟନ୍ତ ଶବ ବ୍ୟବଛେଦ କରାଇ ଦେଇ ନଥିବା ଯୋଗୁଁ, କଣ୍ଟାବାଞ୍ଜି ପୁଲିସ ପଞ୍ଚନାମା କରି ଶବକୁ ଡାକ୍ତର ଖାନରେ ରଖିଛି । ଆସନ୍ତାକାଲି ବ୍ୟବଛେଦ କରାଯିବ ବୋଲି ତଦନ୍ତକାରୀ ପୁଲିସ ଏସଆଇଙ୍କ ସୂତ୍ରରୁ ଜଣାପଡିଛି । ପରିବାର ଲୋକେ କ୍ଷତି ପୂରଣ ଦାବି କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...