ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୭/୨) : ମୁରିବାହାଲ ବ୍ଲକ ସିରୋଲ କ୍ଳଷ୍ଟରର ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧୁସୂଦନ ଭାଟି ଙ୍କ ପୁଅ ଵିପୁନ୍ ରାଜ ଭାଟି (୧୧)ଷଷ୍ଠ ଶ୍ରେଣୀର ଛାତ୍ର ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିଲେ ।
ବାଇକ ଧକ୍କା ରେ ଗୁରୁତର ହୋଇ ପଡ଼ିଥିଲେ । ପ୍ରଥମେ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବଲାଙ୍ଗିର ଭୀମଭୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ ତା ୨/୨/୨୫ ରେ ମୃତ୍ୟୁ ହୋଇଯାଇଥିଲା । ବାପା, ମା’ ପୁଅର ଚକ୍ଷୁଦାନ କରି ଏକ ମହତ କାର୍ଯ୍ୟ କରିଥିଲେ । ସ୍ବର୍ଗତ ଛାତ୍ର ଵିପୁନ୍ ରାଜର ବାପା ମା’ ଛାତ୍ରଛାତ୍ରୀ ମାନଙ୍କୁ ଆଜି ଶୁକ୍ରବାର ତିଥି ଭୋଜନ ବ୍ୟବସ୍ଥା କରିଥିଲେ । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ତତ୍ୱାବଧାନରେ ଏକ ସ୍ମୃତି ଚାରଣ କରିଥିଲେ । ସେ ଜଣେ ଆଜ୍ଞାଧୀନ ଛାତ୍ର ଥିଲେ । ଭଲ ପାଠ ପଡୁଥିଲେ । ତାଙ୍କର ଅକାଳ ବିୟୋଗରେ ବିଦ୍ୟାଳୟ ଜଣେ ମେଧାବୀ ଛାତ୍ରକୁ ହରାଇଥିବା କହିଥିଲେ । ସମସ୍ତ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଭାବବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।
ପୁଅର ଚକ୍ଷୁ ଦାନ କରିଥିବାରୁ ଏହି ମହାନ କାର୍ଯ୍ୟ ପାଇଁ ବାପା ମଧୁସୂଦନ ଭାଟି ଓ ମା ଶ୍ରୀମତି ମାଳତୀ ଭାଟିଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତି ସମର୍ଦ୍ଧିତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ସଫଳା ମିଶ୍ର, ଜୟମାଳିନୀ ପଟ୍ଟନାୟକ, ପ୍ରିୟ ଦର୍ଶିନି ସ୍ୱାଇଁ, ସରୋଜିନୀ ମିଶ୍ର, ଛାତ୍ରଛାତ୍ରୀ ସହ ପରିବାର ସାମିଲଥିଲେ ।