32.9 C
Balāngīr
Saturday, July 12, 2025

ପୁଟାସିଂ କୁ ବ୍ଲକ ମାନ୍ୟତା ଦାବୀ ତେଜି ଉଠିଲା

Must read

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୧/୧) : ଆଜି ପୁଟାସିଂ ଅଞ୍ଚଳ ଉନ୍ନୟନ ପରିଷଦ ତଥା ଫୁଟାସିଂ ପି ଭି ଟି ଜି ଲାଞ୍ଜିଆ ସଉରା ଉନ୍ନୟନ କମିଟି ତରଫରୁ ପୁଟାସିଂ କୁ ସ୍ବତନ୍ତ୍ର ବ୍ଲକ ମାନ୍ୟତା ଦାବୀରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ପୁଟାସିଂ ଓ ଆଖପାଖ ୮ଟି ପଞ୍ଚାୟତର ହଜାର ହଜାର ପୁରୁଷ ଓ ମହିଳା ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବିହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ସେଠାରେ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପୁଟାସିଂକୁ ବ୍ଲକ ମାନ୍ୟତା ଦାବୀ ନେଇ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ କିରନଦୀପ କୈାର ସହୋତା ଙ୍କୁ ପ୍ରଦାନ କରାଯାଇଥିଲା । ବିଶେଷ କରି ଲାଞ୍ଜିଆ ସଉରା କ୍ଲଷ୍ଟର ଅନ୍ତର୍ଗତ ଆବଡା, ଶଗଡା, ପୁଟାସିଂ, ଟଲଣା, ଜଲତାର, ଚିନାସାରି, କୁଲୁସିଂ ,ଟିଟିମିରି ଏବଂ ଭିମପୁର ସମସ୍ତ ନଅ ଗୋଟି ପି ଭି ଟି ଜି ଗ୍ରାମ ପଞ୍ଚାୟତକୁ ନେଇ ଏକ ନୂତନ ପଞ୍ଚାୟତ ସମିତି, ଫୁଟାସିଂ ଗଠନ ପାଇଁ ଦାଵି ଯୋର ଧରିଛି ।

ବର୍ତମାନ ଏହି ନଅଟି ପଞ୍ଚାୟତ ଠାରୁ ଗୁଣପୁର ବ୍ଲକ କାର୍ଯ୍ୟାଳୟ ୨୦ ରୁ ୩୦ କିଲୋମିଟର ଦୂରତା ରହିଛି । ଜନସଂଖ୍ୟା ଓ ଭୌଗଳିକ ଦୃଷ୍ଟି କୋଣରୁ ପୁଟାସିଂ କୁ ଏକ ନୂତନ ବ୍ଲକ ଘୋଷଣା କରିବାର ଆବଶ୍ୟକତା ରହିଛି । ଆଜିର ଏହି କାର୍ଯ୍ୟକ୍ରମକୁ ଫୁଟାସିଂ ଉନ୍ନୟନ ପରିଷଦର ସଭାପତି ମାଥ୍ୟୁ ଦଳବେହେରା ପରିଚାଳନା କରିଥିବା ବେଳେ ସରପଞ୍ଚ ଏସିଅ ଶବର, ଜିଲ୍ଲା ପରିଷଦ ସଭ୍ୟା (ଏଜୋନ) ଲକ୍ଷ୍ମୀ ଶଵର, ଗାନୁ ଗମାଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...