32.9 C
Balāngīr
Tuesday, July 15, 2025

ପୁଣି ଜୀବନ ନେଲା ‘ମୋ ବସ’, ତମାଣ୍ଡୋରେ ମହିଳାଙ୍କ ଉପରେ ଚଢିଗଲା ବସ୍

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁୁବନେଶ୍ୱର, (୧୫/୦୨) : ପୁଣି ଜୀବନ ନେଲା ମୋ ବସ୍ । ଲାଗୁଛି ଯେମିତି ରାଜଧାନୀବାସୀଙ୍କ ପାଇଁ ମୋ ବସ୍ ଯମ ପାଲଟିଛି ।

ଏପରିକି ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ରାଜ୍ୟର ଯେ କୌଣସି ଅଞ୍ଚଳରେ ମୋ ବସ୍ ଚକା ତଳେ କାହାରି ନା କାହାରି ପ୍ରାଣହାନୀ ଘଟୁଛି । ଆଜି ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ ତଳେ ମୋ ବସ୍ ଚକା ତଳେ ମହିଳାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ମୋ ବସ ମହିଳାଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱର ନନ୍ଦନକାନନ ଅଞ୍ଚଳରେ ଜଣେ ନାବାଳିକା ରାସ୍ତା ପାରି ହେଉଥିବା ବେଳେ ମୋ ବସ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଛୋଟ ଝିଅଟିର ମୃତ୍ୟୁ ଘଟିଥିଲା । ସେହିପରି ୨୦୨୪ ନଭେମ୍ବର ୨ ତାରିଖରେ ଚନ୍ଦ୍ରଶେଖରପୁରରେ ମୋ ବସ ଦୁର୍ଘଟଣାରେ ଜଣେ ଯୁବତୀ ନିଜର ବାମହାତ ହରାଇଥିଲେ । ପୁଣି ସେହି ବର୍ଷ ଅକ୍ଟୋବରରେ କଟକ ନେତାଜୀ ବସ୍ ଟର୍ମିନାଲରେ ମୋ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...