ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୮) : କାଶୀନଗର ସହର କୁ ସଂଯୋଗ କରୁଥିବା ପାରଳାଖେମୁଣ୍ଡି ଓ ଖଣ୍ଡାବା ରାସ୍ତାର ବସ ଷ୍ଟାଣ୍ଡ ପାଖରେ ଥିବା ଶଙ୍ଖର ପ୍ଲେଟ ପୁଣି ଭାଙ୍ଗି ଯିବାରୁ ଯାନ ବାହାନ ଚଳାଚଳରେ ବାଧା ହେଉଛି ।
କାଶୀନଗର ୱାର୍ଡ ୬,୭,୮ ର ନିତିଦିନିଆ ପାଣି ଯିବା ପାଇଁ ଏକ ବଡ଼ ଶଙ୍ଖ ରହିଛି । ଗତ ଏକ ମାସ ତଳେ ଏହି ଶଙ୍ଖ ର ଗୋଟିଏ ପ୍ଲେଟ ମଝି ଭାଗ ରେ ଭାଙ୍ଗିଯିବାରୁ ଯାନ ବାହାନ ଚଳାଚଳ ବାଧା ହେବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବାରୁ ତୁରନ୍ତ ଏହାର ମରାମତି କରାଯାଇଥିଲା । ଏବେ ସେହି ପ୍ଲେଟ ପୁଣି ଭାଙ୍ଗି ଯାଇଛି । ଦୈନିକ ୫୦୦ ରୁ ଅଧିକ ବସ, ଟ୍ରାକ୍ଟର, ହାଇୱା ଗାଡି ସହ ଅଟ ଯିବା ଆସିବା କରେ ।
ଆପ୍ସନ ଯେଉଁ ଚିତ୍ର ଦେଖୁଛନ୍ତି ବସ ଷ୍ଟାଣ୍ଡ କୁ ଆସୁଥିବା ଗାଡି ଗୁଡିକ କେତେବେଳେ ଯେ ଏହି ଖାତ ରେ ଫସି ଯିବେ । ଗୋଟିଏ ପଟ ରାସ୍ତା କୁ ଅବରୋଧ କରି ରହିଥିବା ଠେଲା ଗାଡି ଗୁଡିକ ରହିଥିବାରୁ ଗାଡି ଗୁଡିକ ଅଧିକ ସତର୍କତା ର ସହ ଯିବା ଆସିବା କରୁଛି, ଜନସାଧାରଣ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବୀ ହୋଉଛି ।