ଭୁବନେଶ୍ୱର, (୨୮/୦୬) : ଆପ୍ର. : ପୁଣି ଯୋଡ଼ା ଲଘୁଚାପ ! ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସମାନ ଅଞ୍ଚଳରେ ସୃଷ୍ଟି ହୋଇପାରେ ଲଘୁଚାପ ।
ଏହି ଯୋଡ଼ା ଲଘୁଚାପ ପୂର୍ବ ଏବଂ ପଶ୍ଚିମ ଭାଗରେ ହେବାର ଆଶଙ୍କା ରହିଛି । ସେପଟେ ୨ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଗାମୀ ୨ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ ଦିଆଯାଇଛି । ଭୁବନେଶ୍ୱର ଏବଂ କଟକ ସହର ପାଇଁ ମଧ୍ୟ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଆଇଏମଡିର ବିଜ୍ଞପ୍ତି ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କଟକ, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଅନୁଗୁଳ, ବରଗଡ଼ ଏବଂ ସୁନ୍ଦରଗଡ଼କୁ ଅରେଞ୍ଜ ସତର୍କତା ଜାରି କରାଯାଇଛି ।
ତେବେ ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଏବଂ ବଜ୍ରପାତ ହୋଇପାରେ । ବଜ୍ରପାତରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ପାଣିପାଗ ସ୍ଥିତି ଉପରେ ନଜର ରଖିବାକୁ ଏବଂ ସେହି ଅନୁସାରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।