32.9 C
Balāngīr
Tuesday, May 20, 2025

ପୁଣି ଲଭ୍-ସେକ୍ସ-ଧୋକା: ୧୬ ବର୍ଷର ଝିଅ ଅଢେଇ ମାସର ଗର୍ଭବତୀ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନବରଙ୍ଗପୁର, (୨୬/୦୪) : ଆପ୍ର. : ଲଭ୍, ସେକ୍ସ, ଧୋକା । ଏହି ଜାଲରେ ଏବେ ନିରୀହ ଆଦିବାସୀ ଝିଅ । ଏଭଳି ଏକ ଘଟଣା ଏବେ ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଛି ।

ଆଦିବାସୀ ପରଜା ସମ୍ପ୍ରଦାୟର ଜଣେ ୧୬ ବର୍ଷୀୟା ନାବାଳିକା ଝିଅ ଯିଏକି ପାଠ ପଢା ବୟସରେ ମାଆ ହେବାକୁ ଯାଉଛି । ପ୍ରଥମେ ପ୍ରେମ ଜାଲରେ ଫସେଇ ତାକୁ ଗର୍ଭବତୀ କରେଇବା ପରେ, ଏବେ ତାକୁ କାମନା ଲାଳସା ଚରିତାର୍ଥ କରୁଥିବା ଏକ କଣ୍ଢେଇ ଭଳି ବ୍ୟବହାର କରୁଛି ହିର୍ଲି ଅଞ୍ଚଳର ଜଣେ ଯୁବକ । ଯାହାର ନା ଶେଖ ଆଲାମ ହୁସେନ । ସ୍ଥାନୀୟ ଜଣେ ସମାଜ ସେବୀ ଅସହାୟ ନାବାଳିକା ଜଣକର କରୁଣ କାହାଣୀ ଶୁଣି ଚାଇଲ୍ଡ ଲାଇନ ସହାୟତାରେ ଉଦ୍ଧାର କରି ସିଡବ୍ଲୁସି ର ଦ୍ୱାରସ୍ତ ହେବା ପରେ ଏବେ ସମସ୍ତ ଘଟଣା ପଦାରେ ପଡିଛି ।

ସୂଚନା ଅନୁଯାୟୀ ଗତ ଏକ ବର୍ଷ ତଳେ ହିର୍ଲି ଅଞ୍ଚଳର ଶେଖ ଆଲାମ ହୁସେନ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ନିଜ ପ୍ରେମ ଜାଲରେ ଫସେଇ ତାକୁ ନେଇଯାଇଥିଲା । ନାବାଳିକା ଜଣକ ନିଖୋଜ ଥିବା ନେଇ ପରିବାର ଲୋକେ ନବରଙ୍ଗପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଉଭୟ ନାବାଳିକା ଏବଂ ଯୁବକଙ୍କୁ ଉଦ୍ଧାର କରି ଆଣିଥିଲେ । ଥାନରେ ଉଭୟ ପରିବାରର ଆପୋଷ ବୁଝାମଣାରେ ନାବାଳିକା ଜଣକ ନିଜ ବାପା ମାଆଙ୍କ ଘରେ ରହିବ ବୋଲି ରାଜିନାମା ହେବା ପରେ ଥାନାରୁ ଫେରିଥିଲେ ।

ଏବେ କିନ୍ତୁ ସବୁ ଓଲଟା ହେଇଯାଇଛି । ବର୍ଷେ ପରେ ମଧ୍ୟ ଯୁବକ ଜଣକ ନାବାଳିକାର ପିଛା ଛାଡିନଥିଲା । ପୁଣି ମିଠା କଥା କହି ନିଜ ପ୍ରେମ ଜାଲରେ ଫସେଇ ନାବାଳିକାକୁ ଏବେ ଗର୍ଭବତୀ କରେଇଛି । କେବଳ ନିଜର କାମନା ଲାଳସା ଚରିତାର୍ଥ କରିବା ପାଇଁ ନାବାଳିକାର ଶରୀରକୁ ଉପଭୋଗ କରିବା ପାଇଁ ଯୁବକ ଝିଅ ଟିକୁ ତା ଘରକୁ ନେଉଛି ପରେ ପୁଣି ଝିଅ ଘରେ ଆଣି ଛାଡି ଦେଉଛି ।

ବର୍ତ୍ତମାନ ନାବାଳିକା ଜଣକ ଅଢେଇ ମାସର ଗର୍ଭବତୀ ଥିବା ଜଣାପଡିଛି । ସମାଜସେବୀଙ୍କ ଦ୍ୱାରା ନାବାଳିକା ଉଦ୍ଧାର ହେଇ ସିଡବ୍ଲୁସିର ଦ୍ୱାରସ୍ତ ହେବା ପରେ ଏ ସବୁ କାହାଣୀ ପଦାରେ ପଡିଥିଲା । କମିଟି ନାବାଳିକାର ସତ୍ୟାସତ୍ୟ ତଦନ୍ତ କରିବା ପରେ ଯୁବକ ବିରୁଦ୍ଧରେ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ନ୍ୟାୟ ପାଇବା ଆଶାରେ ଅପେକ୍ଷା କରିଛନ୍ତି ନିରୀହ ଆଦିବାସୀ ନାବାଳିକାର ପରିବାର ।

ଲଭ୍, ସେକ୍ସ, ଧୋକ୍କା । ପ୍ରଥମେ ଭଲ ପାଇଲେ ପରେ ଶାରୀରିକ ସମ୍ପର୍କ ରଖିଲେ । କିନ୍ତୁ ଏବେ ଅଢେଇ ମାସର ଗର୍ଭବତୀ ନାବାଳିକା ପ୍ରେମିକାକୁ ପ୍ରତାରଣା ଦେଇଛି ପ୍ରେମିକ । କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼ । ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି । କିନ୍ତୁ କିଛି କାହାଣୀ ଶୁଣିଲେ ପ୍ରେମ ଉପରେ ଘୃଣା ଆସିଯାଉଛି । ପୁଣି ଏଭଳି ଏକ କରୁଣ କାହାଣୀକୁ ଗୁରୁତ୍ୱର ସହ ଗ୍ରହଣ କରି ପୋଲିସ୍ ତୁରନ୍ତ ତଦନ୍ତ କରିବା ସହ ଉକ୍ତ ନାବାଳିକାକୁ ନ୍ୟାୟ ଦେବାକୁ ସାଧାରଣରରେ ଦାବି ହୋଇଛି ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...