32.9 C
Balāngīr
Sunday, April 20, 2025

ପୁତୁରା ଟାଙ୍ଗିଆ ଚୋଟରେ ଚାଲିଗଲେ ବଡ଼ ବାପା ଓ ବଡ଼ ମାଆ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୬/୦୧) : ରକ୍ତ ସମ୍ପର୍କରେ ଲାଗିଛି ରକ୍ତର ଛିଟା । ପାରିବାରିକ କଳହକୁ କେନ୍ଦ୍ର ନିଜର ହିତାହିତ ଜ୍ଞାନ ଭୁଲି ଯାଇଛି ପୁତୁରା ।

ନିଜର ବଡ଼ ବାପା ଏବଂ ବଡ଼ ମାଆଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି ପୁତୁରା । ଏଭଳି ଏକ ଜଘନ୍ୟ ଅପରାଧ ଘଟଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଥାନା କାର୍ଲି ଗାଁରେ । ମୃତ ବ୍ୟକ୍ତି ହେଲେ ବୁଡୁ ବାଗ ଓ ତାଙ୍କର ସ୍ତ୍ରୀ। ଅଭିଯୁକ୍ତ ପୁତୁରା ବସନ୍ତକୁ ପୋଲିସ ଅଟକ ରଖିଛି । ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମର ବୁଡ଼ୁ ବାଗ ଓ ତାଙ୍କ ସାନ ଭାଇଙ୍କ ମଧ୍ୟରେ କିଛି ଦିନ ହେବ ତିକ୍ତତା ଦେଖାଦେଇଥିଲା । ଆଜି ଏହି କଳହ ଅତି ଉଗ୍ର ରୂପ ଧାରଣ କରିଥିଲା । ଉଭୟ ବଡ଼ ବାପା ଏବଂ ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡ଼ା ମଧ୍ୟରେ ପୁତୁରା ବସନ୍ତ ବୁଡୁଙ୍କୁ ଏକ କୁରାଢ଼ୀରେ ମରଣାନ୍ତକ ଆକ୍ରମଣ କରିଥିଲା । ଏମିତି ବଡ଼ ମାଆଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା ।

ସ୍ଥାନୀୟ ଲୋକେ ଏ ନେଇ ଗୋଲାମୁଣ୍ଡା ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ୀ ଜବତ କରିବା ସହ ଅଭିଯୁକ୍ତ ବସନ୍ତକୁ ଗିରଫ କରିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

- Advertisement -spot_img

More articles

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...