କାଶୀନଗର, (୨୪/୬) : ଆପ୍ର. : ଗତ ୨୨ ତାରିଖ ରାତ୍ରି ସମୟ ରେ ଜଣେ ଆଦିବାସୀ ଯୁବକ ଙ୍କ ପୁରୀତିଗୁଡା ବାଲିଘାଟ ତୁଠରେ ମୃତ୍ୟୁ ହୋଇଥିବା ଜଣା ପଡିଛି ।
ଏହି ଖବର ଜାଣିବା ପରେ କାଶୀନଗର ପୋଲିସ ଓ ଦମ କଳ ବାହିନୀ ଘଟଣା ସ୍ଥଳରେ ପହଂଚି ଶବ କୁ ଉଦ୍ଧାର କରାଯାଇଛି । ଯୁବକ ଜଣକ ଜଣେ ଜେସିବି ଡ୍ରାଇଭର ଓ ତାର ଘର ଗୁମ୍ମା ବ୍ଲକର ପଣସ ଗୁଡା ବୋଲି ସୂତ୍ର ରୁ ଜଣା ପଡିଛି । ସେ କାହିଁକି ଆତ୍ମହତ୍ୟା କଲା ଜଣାପଡୁନାହିଁ । ଶବ ର ବିଭିନ୍ନ ଯାଗାରେ କ୍ଷତ ଚି଼ହ୍ନ ରହିଛି । ପୋଲିସ ଏକ ଅପ ମୃତ୍ୟୁ ମାମଲା ୭/୨୫ ରେ କେସ କରିଥିବା ଥାନା ଅଧିକାରୀ ସୁନୀଲ ବେଗେରା କହିଛନ୍ତି । ଯୁବକ ର ବୟସ ୨୫ ହେବ, ତାର ନାମ ବିପିନ କର୍ଜୀ ବୋଲି ଜଣାପଡୁଛି, ସେ ଏଭଳି ନିଷ୍ପତି କାହିଁକି ନେଲେ ତଦନ୍ତକାରିବା ଆବଶ୍ୟକ ବୋଲି ଦାବୀ ହୋଇଛି ।