ପୁରୀ, (୧୪/୦୪) : ଆପ୍ର. : ପୁରୀ ଆକାଶରେ ଅଭାବନୀୟ ଦୃଶ୍ଯ । ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ ।
ଶ୍ରୀମନ୍ଦିର ନିକଟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିର ଚାରିପଟେ ବାନା ଧରି ଚିଲଟି ବହୁ ସମୟ ଧରି ଉଡିଥିଲା । ଅନ୍ୟପଟେ ଏହି ଘଟଣାର ସତ୍ୟତା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏହାର ତଦନ୍ତ କଲେ ପ୍ରକୃତ କଥା ଜଣାପଡିବ ।