ପୁରୁଷୋତ୍ତମପୁର, (୦୪/୦୫) : ଆପ୍ର. : ପୁରୁଷୋତ୍ତମପୁର ସହର ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସର ରେ ଆଜି ଅପରାହ୍ନ ରେ ଆୟୁଷ୍ମାନ କାର୍ଡ ବିତରଣ ଯୋଜନାର ଶୁଭାରମ୍ଭ କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେଭାଜପାର ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହିକାର୍ଡର ସୁବିଧା ଓ ମହତ୍ତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆସିକା ଏମ୍ପି ଅନିତା ଶୁଭଦର୍ଶନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଏନ୍ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବିଜେପି ରାଜ୍ୟ ସଭାପତି ବିଜୟ ସ୍ୱାଇଁ, ଜୟନାରାୟଣ ଦାଶ, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା, କାଉନସିଲର ଭାସ୍କର ବେହେରା, ଯତୀନ୍ଦ୍ର ତ୍ରିପାଠୀ, କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ସ୍ବାସ୍ଥ୍ୟସେବାରେ କାର୍ଡର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଇଥିଲେ ।
ଏଥିରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶୁଭାଶିଷ ଗୋସ୍ବାମୀ, ବିପିଏମ ରାଧାକୃଷ୍ଣ ସାବତ,ଏ ଏନ ଏମ ରାମେଶ୍ବରୀ ପାଣିଗ୍ରାହୀ, ବିରଜା ବାଇଗଣ୍ଡ, ମନୋଜ ମହାରଣା ଏବଂ ବିଜେପିର ନେତା କର୍ମୀ ଙ୍କ ଉପସ୍ଥିତି ରେ ସାତ ଜଣଙ୍କୁ ଆୟୁଷ୍ମାନ କାର୍ଡ ବଣ୍ଟନରେ ସହଯୋଗ କରିଥିଲେ ।