32.9 C
Balāngīr
Friday, June 13, 2025

ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରାରେ ପରିବା ବ୍ୟବସ୍ୟାୟୀ ସଙ୍ଘ ତରଫରୁ ପଞ୍ଚ ଠାକୁରାଣୀଙ୍କୁ ପୂଜାର୍ଚନା

Must read

ପୁରୁଷୋତ୍ତମପୁର, (୨୦/୦୫) : ଆପ୍ର. : ପୁରୁଷୋତ୍ତମପୁର ସହର ରେ ମାଆଙ୍କ ଠାକୁରାଣୀ ଯାତ୍ରା ଆସନ୍ତା ମାସ ଆଠ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି ।

ବର୍ତ୍ତମାନ ମାଆ ପାଇଁ ପଞ୍ଚ ଠାକୁରାଣୀ କେଉଁଦିନ କେଉଁ ୱାର୍ଡ କୁ ନଗର ପରିଭ୍ରମଣ ରେ ଯାଉଛନ୍ତି, ଏବଂ ଲୋକମାନେ ତାଙ୍କରି ପାଦ ଧୋଇ ପୂଜାର୍ଚନା କରୁଛନ୍ତି । ତେବେ ଆଜି ମାଆ ପରିବା ବଜାର କୁ ମଧ୍ୟ ପରିଭ୍ରମଣ ରେ ଯାଇଥିଲା ବେଳେ ସେଠାରେ ତାଙ୍କୁ ମହିଳା ମାନେ ତାଙ୍କ ପାଦ ଧୋଇ ଶରଣ ପଶିଥିଲେ ଏବଂ ପୂଜାରୀ ପୂଜର୍ଚନା କରି ଭୋଗ ରାଗ କରି ଆଳତି କରି ଥିଲେ । ତେବେ ମାଆଙ୍କ ପାଇଁ ପରିବା ବ୍ୟବସ୍ୟାୟୀ, ମାନେ ବିଭିନ୍ନ ପକ୍ଵଫଳ ସହିତ ସୁମଧୁର ଛେନା ପଣା ଭୋଗ କରିଥିଲେ । ଏବଂ ଭୋଗ ଏବଂ ପଣାକୁ ସେଠୀ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ବ୍ୟବସ୍ୟାୟୀ ମାନଙ୍କୁ ବଣ୍ଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ପରିବା ବ୍ୟବସ୍ୟାୟି ସଂଘର ସଭାପତି କିଶୋର ଚନ୍ଦ୍ର ଦାଶ, ପ୍ରକାଶ ଚନ୍ଦ୍ର ସାହୁ, ବଳରାମ ଗୌଡ଼, ନୀଳାଞ୍ଚଳ ମହାପାତ୍ର, ରବୀନ୍ଦ୍ର ମହାପାତ୍ର, ବୁଲୁ ବେହେରା, ପୂର୍ଣ୍ଣ ଚନ୍ଦ୍ର ଦାଶ, କାଳିଆଗୌଡ଼, ପୂର୍ଣ୍ଣିଚନ୍ଦ୍ର ପାତ୍ର, ବୈକୁଣ୍ଠ ଦାଶ, ପ୍ରଦୀପ ମହାପାତ୍ର, ଭାଗିରଥି ବେହେରା, ଉପସ୍ଥିତରହି ସହଯୋଗ କରିଥିଲେ । ଏବଂ ପରିବା ବଜାର ର ସମସ୍ତ ମହିଳା ଓ ପୁରୁଷ ବ୍ୟବସ୍ୟାୟୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବାବୁ ପଳାଇଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...