32.9 C
Balāngīr
Wednesday, April 23, 2025

ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୨/୧୨) : ପୁରୁଷୋତ୍ତମପୁର ବ୍ଲକ ରେ ଥିବା ତାରା ତାରିଣୀ ମହା ବିଦ୍ୟାଳୟରେ ପୁରୁଷୋତ୍ତମପୁର ର ଯୁବ ରେଡ୍ କ୍ରସ ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇ ଯାଇଛି ।WhatsApp Image 2024 12 01 at 21.13.39 ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଏହି ଅବସରରେ ପ୍ରାୟ ଶତାଧିକ ସ୍ବେଚ୍ଛାସେବୀ ପ୍ଲାକାର୍ଡ, ବ୍ୟାନର ସହ ବିଭିନ୍ନ ସ୍ଲୋଗାନ ଦେଇ ଏଡ଼ସ ର ସଚେତନତା ବାର୍ତ୍ତା ପ୍ରେରଣ କରିଥିଲେ। ସଚେତନତା ର ବାର୍ତ୍ତା କୁ ଅଧିକ ଆକର୍ଷଣ କରିବା ପାଇଁ ସ୍ବେଚ୍ଛାସେବୀ ମାନେ ଗଞ୍ଜାମ ପ୍ରସିଦ୍ଧ ପାରମ୍ପରିକ ଦଣ୍ଡନାଚ ଶୈଳୀରେ ଏଡ଼ସ ରୋଗର କାରଣ,ଲକ୍ଷଣ ଏବଂ ନିରା କରଣ ବିଷୟରେ ବିଭିନ୍ନ ନାଚ ମାଧ୍ୟମରେ ସାହି ପରିକ୍ରମା କରି ସଚେତନ କରିଥିଲେ । ଏହି ରାଲି କୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ରନାଥ ପଣ୍ଡା ମହୋଦୟ ଉଦଘାଟନ କରିଥିଲେ । ଯୁବ ରେଡ୍ କ୍ରସ କାଉନସିଲରଶ୍ରୀଏନ.ମୋହନ ଓ ସହ କାଉନସିଲର ଯାମିନୀ ମିର୍ଦ୍ଧା ଏବଂ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସ ର ସୁଶ୍ରୀ ମିନାକ୍ଷୀ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକଙ୍କ ମଧ୍ୟରେ ଶ୍ରୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ଅଧ୍ୟାପିକାଙ୍କ ମଧ୍ୟରେ ଶ୍ରୀମତୀ ନମ୍ରତା ମିଶ୍ର, ଶ୍ରୀମତୀ ଅମ୍ରିତା ପ୍ରିତମ ନାୟକ, ଶ୍ରୀ ସୁଧିର କୁମାର ଦାସ, ଶ୍ରୀ କପିଳେଶ୍ୱର ଦାସ, ଦୀପକ କୁମାର ବେହେରା, ଶିବରାମ ବେହେରା , କେ. ଜଗଦିଶ୍ୱର ରାଓ ଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ସହ ଯୋଗ କରିଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...