ରିପୋର୍ଟ: ଶୁଭଙ୍କର ଦାଶ //
ପୁରୁଷୋତ୍ତମପୁର (୦୭/୦୧): ବିଜେପିର ମଣ୍ଡଳ ସଭାପତି ଚୟନ ନେଇ ପୁରୁଷୋତ୍ତମ ପୁର ଅଞ୍ଚଳର ବହୁବରିଷ୍ଟ, କନିଷ୍ଠ ବିଜେପି ନେତା ଜିଲ୍ଲା ଓ ରାଜ୍ୟ ନେତୃବର୍ଗ ଙ୍କୁ କିଛି ବ୍ୟକ୍ତି ବିଶେଷଙ୍କ ନାମକୁ ଚୟନ କରି ପଠାଇଥିଲେ |
ସମସ୍ତ ଦିଗକୁ ଲକ୍ଷ କରି ମଣ୍ଡଳ ସଭାପତି ମାନଙ୍କ ନାମକୁ ଚୟନ କରାଯାଇ ତାହାକୁରାଜ୍ୟରୁ ଜିଲ୍ଲାସ୍ତରର କର୍ମକର୍ତା ମାନଙ୍କ ପାଖକୁ ପଠାଇ ଦିଆଯାଇଥିଲା | ତେବେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ପୁରୁଷୋତ୍ତମ ପୁର ମଣ୍ଡଳ ସଭାପତି ପଦ ପାଇଁ ଯୁବ ନେତା ସୂର୍ଯ୍ୟ ନାରାୟଣ ମହାରଣାଙ୍କ ନାମକୁ ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇଥିଲା | ସୂର୍ଯ୍ୟ ନାରାୟଣ ମହାରଣା ୨୦୨୧ ମସିହାରୁ ୨୦୨୪ ପର୍ଯ୍ୟନ୍ତ ପୁରୁଷୋତ୍ତମପୁର ମଣ୍ଡଳ ସମ୍ପାଦକ ରହି ଆସିଛନ୍ତି | ଆଉଏବେ ମଣ୍ଡଳ ସଭାପତି ପଦ ଗ୍ରହଣ କରିଛନ୍ତି | ସେଥିପାଇଁ ସେ ବିଜେପିର ମଣ୍ଡଳ ସ୍ତରରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟର ସମସ୍ତଙ୍କୁ କୃତଜ୍ଞତା ଜଣାଇ ଛନ୍ତି | ସୂର୍ଯ୍ୟଙ୍କ କହିବା କଥା ସେ ସମସ୍ତଙ୍କୁ ସାଥିରେ ଧରି ଏହି ନଗରର ସବୁ ପାର୍ଟିର କାର୍ଯ୍ୟ କରି ଲୋକଙ୍କ ଅସୁବିଧା, ସମସ୍ୟାକୁ ସମାଧାନ କରିବାରେ ଚେଷ୍ଟା କରିବେ ବୋଲି କହିଛନ୍ତି | ଏବଂ ବରିଷ୍ଟ, କନିଷ୍ଠ ନେତା ମାନଙ୍କୁ ଧରି ଆଗକୁ ପାର୍ଟି ପାଇଁ କାମ କରିବେ ବୋଲି ମତ ଦେଇଛନ୍ତି |