32.9 C
Balāngīr
Tuesday, July 15, 2025

ପୁରୁଷୋତ୍ତମପୁର ବ୍ଲକ ର ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା

Must read

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...

ରିପୋର୍ଟ : ଶୁଭଙ୍କର ଦାଶ
ପୁରୁଷୋତ୍ତମପୁର, (୨୨/୦୨) : ପୁରୁଷୋତ୍ତମପୁର ବ୍ଲକ ର ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲେ ପିଆଇ ମେମ୍ବରWhatsApp Image 2025 02 21 at 18.31.01 ପୁରୁଷୋତ୍ତମପୁର ବ୍ଲକ ର ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ର ବିଡ଼ିଓ ଥିବା ଶରତ ଚନ୍ଦ୍ର ପାତ୍ରଙ୍କ ପୁରୁଷୋତ୍ତମପୁର ବ୍ଲକ କୁ ବଦଳି ପରେ ସେଠାରୁ ରିଲିଭ ହୋଇ ପୁରୁଷୋତ୍ତମପୁର ବ୍ଲକରେ ବିଡ଼ିଓ ଭାବେ ଯୋଗଦେଇ କାର୍ଯ୍ୟ ଭାର ଗ୍ରହଣ କରିଥିଲେ । ତେବେ ଆଜି ପୂର୍ବାହ୍ନ ରେ ବ୍ଲକ ଅଧକ୍ଷା ପିଙ୍କି ବେହେରା ଙ୍କସହିତ ଯୁବନେତା ନିର୍ମଳ ଚନ୍ଦ୍ର ସାହୁ, ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରାବ, ଓ ୩୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, କୋରନାଥ ସ୍ବାଇଁ, ଇନ୍ଦ୍ର ଜିତ ବେହେରା, ସୁଧାକର ଗୌଡ଼, ଇନ୍ଦ୍ରଜିତ ନାୟକ, ରମେଶ ଦଳେଇ, ଉଷାରାଣୀ ବେହେରା, ସୁଧାକର ଗୌଡ଼, କୈଳାଶ ସେଠୀ, କୁମୁଦ ବେହେରା, ନମିତା ବେହେରା, ସାରଳା ବେହେରା, ବିନୋଦିନୀ ପଣ୍ଡା,ଏନ ରାମ ଚନ୍ଦ୍ର ରେଡି, ତାପସ ବେହେରା,ଆଭାପରିଡା, ନୀଳମଣି ପଣ୍ଡା,ଅନ୍ୟ ନେତା, ଅନ୍ୟନ୍ୟ କର୍ମୀ ମାନଙ୍କ ସହିତ ୨୬ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟ ମାନେ ଏକତ୍ରିତ ହୋଇ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଓ ମିଷ୍ଟାନ ଖୁଆଇଥିଲେ ।

ବିଡ଼ିଓ ମଧ୍ୟ ବ୍ଲକ ଅଧକ୍ଷା ଙ୍କ ସହ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହିତ ସୌଜନ୍ୟ ମୂଳକ ଭାବେ କଥା ବାର୍ତ୍ତା କରି ଖୁସି ବ୍ୟକ୍ତ କରିଥିଲେ । ଏବଂ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା, ମାନଙ୍କ ନାମ ଓ ଗ୍ରାମ ପଚାରି ବୁଝିଥିଲେ । ଏହା ସହ ଉପସ୍ଥିତ ଥିବା ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ଙ୍କୁ ରାଜ୍ୟ ସରକାର ଙ୍କ ପଞ୍ଚାୟତ ପାଇଁ ଆସିଥିବା ଅନୁଦାନ ଉପରେ ବୁଝାଇ ବାକୁ କହିଥିଲେ । ବିଭିନ୍ନ ଯୋଜନା ଗୁଡ଼ିକ କିପରି କେଉଁ ମାଧ୍ୟମରେ କାର୍ଯ୍ୟକରିହେବ ତାଉପରେ ମଧ୍ୟ ସମ୍ୟକ ଦିଗଦର୍ଶନ ଦେଇଥିଲେ । ତେବେ ଆଗାମୀ ୨୫ ତାରିଖ ଦିନବ୍ଲକ ବୈଠକ ହଲରେ ହେବାକୁ ଥିବା ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମ ରେସମସ୍ତେ ଉପସ୍ଥିତ ରହି ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ କହିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ

ସୁବର୍ଣ୍ଣପୁର , (୧୪/୦୭) ଆ.ପ୍ର : ପୂର୍ବତନ ସରପଞ୍ଚଙ୍କ ହତ୍ୟାକାରୀ କୁ କଠୋର ଦଣ୍ଡ ବିଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ...

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ...

ବୀରମହାରାଜପୁର ଠାରେ ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୪/୦୭) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର...

ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ

ପୁରୁଷୋତ୍ତମପୁର, (୧୫/୦୭) :ଆପ୍ର. : ପୁରୁଷୋତ୍ତମପୁର ରଥସାହି ରେ ଦୀର୍ଘ ୩୫୦ ବର୍ଷ ରୁ ଅଧିକ ସମୟ ଧରି ବିଜେ କରିଥିବା ଜଗନ୍ନାଥ ମନ୍ଦିର ର ନବୀକରଣ ପାଇଁ ପୁରୀ ମୁକ୍ତି ମଣ୍ଡପ...

ପୁରୁଷୋତ୍ତମପୁର ବ୍ଳକ ର ପ୍ରସିଦ୍ଧ ଶୈବ ପୀଠ ଗୁଡିକରେ ଶ୍ରାବଣ ମାସ ପ୍ରଥମ ସୋମବାର ରେ ପ୍ରବଳ ଭିଡ଼

ଗଞ୍ଜାମ, (୧୫/୦୭) : ଆପ୍ର. : ବୋଲ୍ ବମ୍ ହରହର ବମ୍, ଓଁ ନମଃ ଶିବାୟ ଧ୍ବନିରେ ଉଛୁଳି ଉଠୁଛି ପୁରୁଷୋତ୍ତମପୁର ବ୍ଲକର ପ୍ରସିଦ୍ଧ ଶୈବ ପୀଠ ଗୁଡିକ । କାଉଡିଆ ମାନଙ୍କ ଶିବଙ୍କ...