32.9 C
Balāngīr
Saturday, July 12, 2025

ପୁରୁଷୋତ୍ତମପୁର ବ୍ଳକ ପରିସରରେ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶେଷ

Must read

ପୁରୁଷୋତ୍ତମପୁର, (୦୧/୦୭) : ଆପ୍ର. : ପୁରୁଷୋତ୍ତମପୁର ବ୍ଳକ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କ ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଶରତ ଚନ୍ଦ୍ର ବେହେରାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 07 01 at 09.21.46 ପୁରୁଷୋତ୍ତମପୁର ବ୍ଳକ ପରିସରରେ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶେଷ

ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ ଓ ଏସପିଙ୍କ ବିଶେଷ କାର୍ଯ୍ୟ ରହିଥିବା ଯୋଗୁଁ ଏଠାରେ ଉପସ୍ଥିତ ହୋଇ ପାରି ନଥିଲେ । ତେବେ ତାଙ୍କ ଅନୁପସ୍ଥିତି ରେ ଛତ୍ରପୁର (ସାଧାରଣ) ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି , ଅତିରିକ୍ତ ଜିଲ୍ଲା ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ସହକାରୀ ଜିଲ୍ଲପାଳ ଦୀପକ ଜେନା, ଏସଡ଼ି ପିଓ ଡ଼ଃ ଦୀପକ କୁମାର ମିଶ୍ର, ତହସିଲଦାର ବିନୋଦ କୁମାର ବେହେରା, ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ତାର ନିରାକାରଣ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ତତକ୍ଷଣାତ ଏହାର ସମାଧାନ ପାଈଁ ଉପସ୍ଥିତ ଅଧିକାରୀ ଯଥା ରାଜସ୍ବ, ଯୋଗାଣ, ପାନୀୟ, ଜଳ ଯୋଗାଣ, ଗ୍ରାମ୍ୟ ଉର୍ନ୍ନୟନ, ପୂର୍ତ୍ତ ବିଭାଗ ବିଦ୍ୟୁତ, ସ୍ୱାସ୍ଥ୍ୟ,ପ୍ରାଣୀ, ପଶୁ ସମ୍ପଦ, ମଛ୍ୟ, ପ୍ରାଣୀ, ଓପଶୁ ସମ୍ପଦ, ଇନ୍ଦିରା ଆବାସ, ଭତ୍ତା, ସମନ୍ୱିତ ଶିଶୁ ବିକାଶ, ବନ ବିଭାଗ, ଅବକାରୀ, ଜଳ ସେଚନ, ଡ୍ରେନେଜ, ଇରିଗେସନ, ସହିତ ସବୁ ବିଭାଗର ଅଧିକାରୀ ସହକାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।WhatsApp Image 2025 07 01 at 09.21.45 ପୁରୁଷୋତ୍ତମପୁର ବ୍ଳକ ପରିସରରେ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶେଷ

ଅନ୍ୟ ମାନଙ୍କ ମଧ୍ୟରେ ଏସିଏଫ ଦିବ୍ୟ ଶଙ୍କର ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନ ସେନା, ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ, ଥାନା ଅଧିକାରୀ ରାଜେଶ ନାୟକ, ଏସ ଆଇ ଆଦିତ୍ୟ ନାରାୟଣ ପାତ୍ର, ବ୍ଳକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ, ମୁଖ୍ୟ ଯେଇ ନାଗ ଭୂଷଣ ଯାଦବ, ଙ୍କ ସହ ସମସ୍ତ ଯେଇ ମାନେ, ବ୍ଳକ ଜିପିଓ ମୀନ କେତନ ବେହେରା, ଡେଭଲପ ବିଭାଗ ଅଧିକାରୀ ମୀନ କେତନ ପାଢ଼ୀ, ସିପି ବରୁଣ କୁମାର ପାତ୍ର, ମହିଳା ମୁଖ୍ୟ କିରାଣୀ, ବି ଏସ ଏସ ଓ କାହ୍ନୁ ଚରଣ ସୋରେନ, ଙ୍କ ସହ ସବୁ ବ୍ଳକ ଷ୍ଟାଫ, ଏବଂ ୨୬ ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଏମ୍ବିକେ, ସିଆରପି, ଅଙ୍ଗନବାଡି ସୁପର ଭାଇଜର, ଅଙ୍ଗନ ବାଡ଼ି କର୍ମୀ ଷ୍ଟାଫ ମାନେ ଖଲ୍ଲିକୋଟ ବିଧାୟକ ବ୍ଳକ ପ୍ରତିନିଧି କୋରନାଥ ସ୍ୱାଇଁ ଓ ବିଧାୟକ ଏନଏସି ପ୍ରତିନିଧି ସୁଦର୍ଶନ ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ ।

ଅନ୍ୟ ବ୍ଳକ ଓ ଏହି ବ୍ଳକ ର ତିନି ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ଅସୁବିଧା ପାଇଁ ୨୦ ହଜାର ଲେଖାଏଁ 60 ହଜାର ଟଙ୍କାର ଚେକ ଅତିରିକ୍ତ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ୩୧୮ ଗୋଟି ଶୁଣାଣି ହୋଇଥିଲା । କିଛି ବର୍ଷ ବ୍ୟବଧାନ ରେ ହେଉଥିବା ଏହି ଅଭିଯୋଗ ପାଈଁ ବହୁତ ଲୋକ ଉପସ୍ଥିତ ରହିଥିଲେ । ତେବେ ୩୧୮ ଗୋଟି ଅଭିଯୋଗ ମଧ୍ୟରୁ ପ୍ରାୟ ୭୦ ଭାଗ ଭତ୍ତା ସମନ୍ଧୀୟ ହୋଇଥିଲା । ଏବଂ ଅଭିଯୋଗ କାରୀମାନେ ବିଏସଏସ ଙ୍କ ଉପରେ ବିରକ୍ତି ପ୍ରକାଶ କରି ଓ ଲୋକଙ୍କ ଠାରୁ ଅର୍ଥ ନେଇ ଭତ୍ତା କରୁନଥିବା ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ ।

ତେବେ କାର୍ଯ୍ୟ ଶେଷରେ ଅତିରିକ୍ତ ଜିଲ୍ଲାପାଳ ବିଡ଼ିଓ ଙ୍କୁ ଏହା ଉପରେ କାହିଁକି ଲିଖିତ ଅଭିଯୋଗ ତାଙ୍କୁ ଜଣାଇ ନଥିଲେ ବୋଲି କହିଥିଲେ । ଏବଂ ପିଅନ ଦ୍ୱାରା ଭତ୍ତା ଅଧିକାରୀ ଙ୍କୁ ଡକାଇ ଥିଲେ ମଧ୍ୟ ସେ ସେଠାରେ ଉପସ୍ଥିତ ନଥିଲେ ଓ ତାଙ୍କ ମୋବାଇଲ ସୁଇଚଅଫ ରହିଥିବାର ବ୍ଳକ ପିଅନ ଅତିରିକ୍ତ ଜିଲ୍ଲାପାଳ ଙ୍କୁ କହିଥିଲେ । ତେବେ ସମସ୍ତ ଅଧିକାରୀ ଓ ବ୍ଳକଷ୍ଟାଫଙ୍କ ସହଯୋଗ ରେ ସୁରୁଖୁରୁରେ ଏହି ଜନ ଅଭିଯୋଗ ଶୁଣାଣି ଶେଷ ହୋଇଥିଲା।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ତିନି ଲକ୍ଷ ୫୫ ହଜାର ଟଙ୍କା ର ଚୋରା ଗଞ୍ଜେଇ ଜବତ, ତିନି ଅଭିଯୁକ୍ତ ଗିରଫ

ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୭) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ରେଳ ଷ୍ଟେସନ ରୁ ତିନି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକ ଶହ ତିରିଶ କେଜି ୫୦୦ ଗ୍ରାମ ଗଞ୍ଜେଇ...

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ: ସଂକ୍ରମିତ ସ୍ଥାନରୁ ୧୦ କି.ମି ମଧ୍ୟରେ କୁକୁଡ଼ା ଦୋକାନ ବନ୍ଦ

ପିପିଲି, (୧୨/୦୭) : ଆପ୍ର. : ରାଜ୍ୟରେ ବଢ଼ିଲାଣି ବାର୍ଡ ଫ୍ଲୁ ଭୟ । ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ । ନH5N1 ଆଭିଏନ୍‌...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ସମ୍ୱିଧାନ ବଞ୍ଚାଅ ସମାବେଶରେ ହେବେ ସାମିଲ

ଭୁବନେଶ୍ୱର, (୧୨/୦୭) :ଆପ୍ର. : ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି...

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ସୋନପୁର, (୧୨/୦୭) : ଆପ୍ର. : ଅଜଣା ଗାଡ଼ିରେ ବାଇକ ପିଟି ହୋଇ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଘଟଣା ଘଟିଛି ସୋନପୁର - ବଲାଙ୍ଗିର ସୀମାନ୍ତ ବିଲେଇସର୍ଡ଼ା ଗ୍ରାମ ନିକଟରେ...

ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଭଞ୍ଜନଗର, (୧୨/୦୭) : ଆପ୍ର. : ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା...