ପୁରୁଷୋତ୍ତମପୁର, (୦୫/୦୭) : ଆପ୍ର. : ପୁରୁଷୋତ୍ତମପୁର ରାଧାକାନ୍ତ ସାହିସ୍ଥ ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ନାମ୍ନୀ କୋଚିଙ୍ଗ ସେଣ୍ଟର ଟି ୨୦୨୫ମସିହା ପାଇଁ ସଫଳତାର ବର୍ଷ ଭାବେ ପରିଗଣିତ ହୋଇଯାଇଛି l
ଏପରି କହିବା ବାହୁଲ୍ୟ, ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନିଜ ନିଜର ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି l ପ୍ରକାଶ ଥାଉ କି ଏହି ଅନୁଷ୍ଠାନ ର ଛାତ୍ରୀ ଅମ୍ରିତା କୁମାରୀ ସାହୁ ସରସ୍ଵତୀ ଶିଶୁ ମନ୍ଦିର ଅଧୀନରେ ଗତ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ୫୫୩ନମ୍ବର ରଖି ପ୍ରଥମ ହୋଇ ଥିବା ବେଳେ ଛାତ୍ର ଅଂଶୁମାନ ପାତ୍ର ୫୩୩ନମ୍ବର ସହିତ ଦ୍ୱିତୀୟ ସ୍ଥାନ ରେ ରହିଛନ୍ତି l ତତ ସହିତ ଚଢିଆ ପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅଧୀନରେ ଛାତ୍ରୀ ସଂସ୍କୃତି ରାଣୀ ଦାଶ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ୫୨୨ନମ୍ବର ରଖି ଥିବା ବେଳେ ସ୍ଥାନୀୟ ନରସିଂହ ଦାସ ଉଚ୍ଚ ବିଦ୍ୟାଳୟ ଅଧୀନ ରେ ଛାତ୍ରୀ ତ୍ରିଶା ରାଣୀ ଡାକୁଆ ସର୍ବୋଚ୍ଚ ୫୨୧ନମ୍ବର ରଖି ପ୍ରଥମ ସ୍ଥାନ ଓ ଛାତ୍ର ତୁଷାର କାନ୍ତ ଦାଶ ୫୦୯ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି l
ସେହିପରି ଗତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ରେ ତାରା ତାରିଣୀ ମହାବିଦ୍ୟାଳୟ ର ଛାତ୍ରୀ ଡି. ଅଙ୍କିତା ଦୋରା ପଦାର୍ଥ ବିଜ୍ଞାନ ରେ ସର୍ବୋଚ୍ଚ ଶତକଡା ୯୪%ସହିତ ମୋଟ ୫୧୩ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଆର୍ଯ୍ୟନ ସାହୁ ସାହିତ୍ୟ ରେ ସର୍ବୋଚ୍ଚ ୯୫% ସହିତ ମୋଟ ୫୦୭ ନମ୍ବର,ଆରତୀ ଗୌଡ଼ ଗଣିତରେ ସର୍ବୋଚ୍ଚ ୯୨%ସହିତ ମୋଟ ୪୩୧ନମ୍ବର,ନେତାଜୀ ଗୌଡ଼ ଆଈ. ଟି. ରେ ୯0%ସହିତ ମୋଟ ୪୪୧ନମ୍ବର,ଗାୟତ୍ରୀ ମୁଦୁଲି ଇଂରାଜୀ ରେ ୯0%ସହିତ ମୋଟ ୪୯୬ନମ୍ବର ଓ ତୁଳସୀ ବେହେରା ରସାୟନ ବିଜ୍ଞାନ ରେ ସର୍ବୋଚ୍ଚ ୮୯%ସହିତ ମୋଟ ୪୮୫ନମ୍ବର ରଖି ଅନୁଷ୍ଠାନ ର ଗାରିମା ବୃଦ୍ଧି କରିଛନ୍ତି l ଏହି ହେତୁ ଅନୁଷ୍ଠାନ ତରଫରୁ ଉପରୋକ୍ତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l