32.9 C
Balāngīr
Tuesday, May 20, 2025

ପୁରୁଷୋତ୍ତମପୁର ସ୍ୱପ୍ନେଶ୍ୱର କୃଷକ ସଂଘ ର ଅକ୍ଷୀମୁଠୀ ବପନ କାର୍ଯ୍ୟକ୍ରମ ପାଳନକଲେ ତହସିଲଦାର ଓ ବିଜେପି ଜିଲ୍ଲା ସଭାପତି

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ପୁରୁଷୋତ୍ତମପୁର, (୦୧/୦୫) : ଆପ୍ର. : ପୁରୁଷୋତ୍ତମପୁର ଏନଏସି ରେ ଥିବା ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଙ୍ଘ ସଭାପତି ଆଇ. ମୁକୁନ୍ଦ ରାଓ ଙ୍କ ତତ୍ତ୍ଵାବଧାନରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ କରାଯାଇଥିଲାWhatsApp Image 2025 04 30 at 19.36.43 ପୁରୁଷୋତ୍ତମପୁର ସ୍ୱପ୍ନେଶ୍ୱର କୃଷକ ସଂଘ ର ଅକ୍ଷୀମୁଠୀ ବପନ କାର୍ଯ୍ୟକ୍ରମ ପାଳନକଲେ ତହସିଲଦାର ଓ ବିଜେପି ଜିଲ୍ଲା ସଭାପତି

ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲ ଦାର ବିନୋଦ କୁମାର ବେହେରା, ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ଆଇନଜୀବି ସ୍ୱରାଜ୍ୟ ପାଣିଗ୍ରାହୀ, ଅଞ୍ଚଳର ସୁସଂଘଠକ ତଥା ସକ୍ରୀୟ ଯୁବ ଚାଷୀ ନେତା ସୀତାରାମ ପାଣିଗ୍ରାହୀ, କଂଗ୍ରେସ ର ବିଧାୟକ ପାର୍ଥି ଚିତ୍ରସେନ ବେହେରା, କାଉନସିଲର ତଥା ସାମ୍ବାଦିକ ଭାସ୍କର ବେହେରା, ଋଷିକୁଲ୍ୟା ରୟତ ମହାସଂଘ ସଭାପତି ସିମାଞ୍ଚଳ ନାହାକ ଅତିଥି ଭାବେ ଯୋଗ ଦେଇ ଚାଷ ଜମି ଉପରେ ରୀତିନୀତି ରେ ପୂଜା ଅର୍ଚ୍ଚନା କରି ଜମି ଉପରେ ହଳ ଲଙ୍ଗଳ ବୁଲାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମେ ଆଖିମୁଠି ରଖି ମହାଲକ୍ଷ୍ମୀ, ବିଷ୍ଣୁ, ଦୁର୍ଗା ଓ ଶିବ ଙ୍କ ସହିତ ନବଗ୍ରହ ଙ୍କୁ ପୂଜାର୍ଚନା କରି ଅତିଥି ମାନେ ପୂର୍ବରୁ ସଜ୍ଜିତ ହୋଇ ରଖାଯାଇଥିବା ବଳଦ, ହଳ, ଲଙ୍ଗଳଧରି ଅଖୀ ମୁଠି ବପନର ଶୁଭାରମ୍ଭ କରିଥିଲେ ।

ଚାଷୀ ଙ୍କ ହଳିଆ ଗୀତରେ ଉପସ୍ଥିତ ଅତିଥି, ଦର୍ଶକ ଓ ଚାଷୀ ମାନେ ଆତ୍ମ ବିଭୋର ହୋଇ ଯାଇଥିଲେ । ପୁରୁଷୋତ୍ତମପୁର ଚାଷୀ ସଂଘ ପ୍ରତି ବର୍ଷ ଏହାକୁ ପାଳନ କରିଆସୁଛନ୍ତି । ସଂଘ ସମ୍ପାଦକ କିଶୋର ସାଶମଲ, କୋଷାଧ୍ୟକ୍ଷ ରମେଶ ଗୌଡ଼, ବରିଷ୍ଟ ଚାଷୀ ଲକ୍ଷ୍ମଣ ଗୌଡ଼, କୁମ୍ଭାର ଗୌଡ଼, ଉଗ୍ରେସନ ଗୌଡ଼, ସୁରେଇ ବେହେରା,କାଳିଆ ବେହେରା, ସୁରେଇ ବେହେରା, ସ୍ଵର୍ଣ ନାହାକ, ମହେନ୍ଦ୍ର ନାହାକ, ସୁରେନ୍ଦ୍ର ପାଣିଗ୍ରାହୀ, ତ୍ରିନାଥ ଦୋରା, ଦଣ୍ଡପାଣି ଗୌଡ଼,ପ୍ରଫୁଲ ମାହାଙ୍କୁଡ, ସନ୍ତୋଷ ମାହାଙ୍କୁଡ, ଅରୁଣ ମହାକୁଡ଼, ଅନେକ ଚାଷୀ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...