32.9 C
Balāngīr
Thursday, June 12, 2025

ପୁରୁଷୋତ୍ତମପୁର ବିଜେପିର ନଗର ସଭାପତି ଥିବା କାଳିଆଙ୍କ ଦ୍ୱାଦଶାହ ଦିବସ ପାଳିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ପୁରୁଷୋତ୍ତମପୁର(18/05): ପୁରୁଷୋତ୍ତମପୁର ଏନଏସି ବିଜେପିର ନଗର ସଭାପତି ଥିବା ସୂର୍ଯ୍ୟନାରାୟଣ ମହାରଣା (କଳିଆ )୩୭ ଙ୍କ ଦ୍ୱାଦଶାହ ଦିବସ ତଥା ସ୍ମୃତି ସଭା ପାଳିତ ହୋଇ ଯାଇଛି |

କାଳିଆଙ୍କ ଘରେ ଦ୍ୱାଦଶାହ ଦିବସ ର ଶ୍ରାଦ୍ଧ କାର୍ଯ୍ୟ ପୁରୋହିତ ଙ୍କ ଦ୍ୱାରା କରାଯାଇଥିବା ବେଳେ କପିଳେଶ୍ଵର ମନ୍ଦିର ରେ ତାଙ୍କର ସ୍ମୃତି ଚାରଣ କାର୍ଯ୍ୟ କ୍ରମ ରେ ଆସ୍କା ଏମପି ଅନୀତା ଶୁଭଦର୍ଶନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ କୁମାର ପଣ୍ଡା, ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା,ହିଞ୍ଜିଳି ବିଜେପି ବିଧାୟକ ପାର୍ଥି ଶିଶିର କୁମାର ପାଢ଼ୀ, ଯଂଜ୍ଞ ନାରାୟଣ ଦାଶ, ବିଧାୟକ ବ୍ଳକ ପ୍ରତିନିଧି କୋରନାଥ ସ୍ୱାଇଁ, ଏନଏସି ପ୍ରତିନିଧି ସୁଦର୍ସନ ବେହେରା, ଙ୍କ ସହିତ ସ୍ଥାନୀୟ ବିଜେପିର ନେତା କର୍ମୀ ମାନେ ଏବଂଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା,4ନଂ କାଉନ ସିଲର ଭାସ୍କର ବେହେରା, କାଉନ ସିଲର କେ ପ୍ରମୋଦ କୁମାର ଆଚାରୀ, ଯୁବନେତା ସରୋଜ ପଣ୍ଡା, ସନ୍ତୋଷ ପଣ୍ଡା, କାଉନ ସିଲର ପ୍ରତିନିଧି ବିଶ୍ୱ ଭୂଷଣ ମହାପାତ୍ର, କାଉନସିଲର ଲିଙ୍ଗରାଜ ବେହେରା, ମନୋଜ କୁମାର ଗୌଡ଼, ସୁରେଶ ମହାନ୍ତି, ଚିତ୍ତ ରଞ୍ଜନ ସାହୁ, ଟୁକୁନା ବେହେରା, କୃଷ୍ଣ ନାୟକ, ଶ୍ୟାମ ବାବୁ ଦୋରା ଓ ଅନ୍ୟନ୍ୟ ବିଜେପି ନେତା କର୍ମୀ ମାନେ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ମହାରଣା ଙ୍କ ଫୋଟରେ ପୁଷ୍ପ ମାଲ୍ୟ ପ୍ରଦାନ କରି ତାଙ୍କର ଆମର ଆତ୍ମାର ସଦଗତି କାମନା କରିଥିଲେ |

ଏହାସହ କାଳିଆ ଙ୍କ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ଏହି କାର୍ଯ୍ୟରେ ଉପସ୍ଥିତ ରହି ଥିଲେ | ଏବଂ କାଳିଆ ଙ୍କ ପରିବାର କୁ ସହଯୋଗ ର ହାତ ବଢେଇ ବାକୁ ସେମାନେ ପ୍ରତିଶୃତି ଦେଇଥିଲେ | ଏହି ଦୁଖଦଃ ଘଟଣା ରେ କାଳିଆ ଙ୍କ ବୃଦ୍ଧ ବାପା କୃଷ୍ଣ ଚନ୍ଦ୍ର ମହାରଣା ଓ ତାଙ୍କ ବୋଉ ଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି | ତେବେ ବଡ଼ ଭାଇଙ୍କ କାର୍ଯ୍ୟକୁ ତାଙ୍କ ସାନଭାଇ ଜଗନ୍ନାଥ ମହାରଣା ସୁଚାରୁ ରୂପେ ପରି ଚାଳନା କରିଥିଲେ |

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...