ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୨୪/୧) : ବିଷମ କଟକ ଡ଼୍ରାଇଭର ମହାସଂଘ ପକ୍ଷରୁ କୁଟ୍ରାଗଡ ପଞ୍ଚାୟତର ମୃତକ ପୁର୍ବତନ ସରପଞ୍ଚ ଶ୍ରୀ ବଳଭଦ୍ର ପାତ୍ରଙ୍କ ଦଶା କାର୍ଯ୍ୟକ୍ରମ ନିମନ୍ତେ ତାଙ୍କ ପୁତ୍ର ରିଲିଫ ପାତ୍ର ଙ୍କୁ ୨୦,୦୦୦ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି ।
ଡ଼୍ରାଇଭର ମହସଂଘ୍ ବିଷମ କଟକ ର ସଭାପତି ସୁଧୀର କୁମାର ପଣ୍ଡା, ଉପ ସଭାପତି ଯୋଷିକେତ ଦୋରା, ସମ୍ପାଦକ ସିମାଦ୍ରି ଉଲକା, ନୀଳ ମାଧବ ପାଳ, ଜସିକେତନ୍ ପିଡ଼ିକକା ଓ ୧୬ ଗୋଟି ପଞ୍ଚାୟତ ଡ଼୍ରାଇଭର ମହସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସାନ୍ତ୍ୱନା ଦେବା ସହ କିଛି ସମୟ ରହି ପାରିବାର ଲୋକଙ୍କୁ ଆଶ୍ଵାସନା ଦେଇଥିଲେ ।