32.9 C
Balāngīr
Friday, April 25, 2025

ପୁଲିସ୍‌ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୨୮/୧୧) : କେତେବେଳେ ନିଜକୁ ଏସ୍‌ଡିପିଓ କହୁଥିଲେ। ଆଉ କେତେବେଳେ ନିଜକୁ ଓଡିଶା ହାଇକୋର୍ଟର ଆଇନ୍‌ଜୀବୀ କହୁଥିଲେ । ଏମିତି କେତେ କ’ଣ ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ ।

ସେମାନଙ୍କ ଘର ନୟାଗଡ଼ରେ ହୋଇଥିଲେ ବେଳେ ମାଲକାନଗିରି ଲୋକଙ୍କୁ ଟାର୍ଗେଟ କରୁଥିଲେ । ଏନେଇ ଅଭିଯୋଗ ହେବା ପରେ ମାଲକାନଗିରି ପୁଲିସ୍‌ ୨ ଠକଙ୍କୁ ନୟାଗଡ଼ରୁ ଗିରଫ କରିଛି । ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି । ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍‌ କରିଥିଲେ । ଆଉ ସେତେବେଳେ ନିଜକୁ ମାଲକାନଗିରି ଏସ୍‌ଡିପିଓ କହି କଥା ହୋଇଥିଲେ। କଥାବାର୍ତ୍ତା ଛଳରେ ଲାଞ୍ଚ ମାଗିଥିଲେ । ଏସ୍‌ଡିପିଓ ଜାଣି ସରପଞ୍ଚ ମହାଶୟ ବିଭିନ୍ନ କାମ ବାବଦକୁ ୧୮ ହଜାର ଟଙ୍କା ଦେଇଥିଲେ ।

ପୁଲିସ୍‌ଙ୍କ ପରେ ପାଳି ପଡିଥିଲା ଆଇନ୍‌ଜୀବୀ । ନିଜକୁ ହାଇକୋର୍ଟର ଆଇନ୍‌ଜୀବୀ କହି ଏହି ଦୁଇ ଧ୍ରୁତ ଜୁଲାଇ ୨୨ ତାରିଖରେ ମାଲକାନଗିରିର ଜଣାଶୁଣା ଆଇନ୍‌ଜୀବୀ ରାଜେଶ ପଟ୍ଟନାୟକଙ୍କ ପାଖକୁ ଫୋନ୍‌ କରିଥିଲେ । ମେଡ଼ିକାଲ୍‌ ହେଲ୍‌ପ ପାଇଁ ୧୦ ହଜାର ଟଙ୍କା ମାଗିଥିଲେ ତେଣୁ ନିଜର ମହାନତା ଦେଖାଇ ରାଜେଶ ଅନ୍‌ଲାଇନ୍‌ରେ ୧୦ ହଜାର ଟଙ୍କା ପଠାଇଥିଲେ ।

ରାଜେଶଙ୍କ ପରେ ମାଲକାନଗିରିର ଆଉ ଜଣେ ଆଇନ୍‌ଜୀବୀଙ୍କୁ ଚୂନ ଲଗାଇଥିଲେ କାର୍ତ୍ତିକ ରାଉତରାୟ ଓ ଏକାନ ପାଣି । ଠିକ୍‌ ସେମିତି ଢଙ୍ଗରେ ନିଜକୁ ହାଇକୋର୍ଟର ଆଇନ୍‌ଜୀବୀ କହି ମାଲକାନଗିରି ଓକିଲ ଗୋପାଳ ରାଓଙ୍କୁ ଫୋନ୍‌ କରି ୧୦ ହଜାର ଟଙ୍କା ମାଗିଥିଲେ। ସେ ମଧ୍ୟ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । ଅଭିଯୋଗ ଅନୁସାରେ ଉଭୟ ଅନେକ ଲୋକଙ୍କୁ ଫୋନ୍‌ କରି ଚୂନ ଲଗାଇଥିଲେ ।

ଠକାମୀ ସମ୍ପର୍କରେ ଜାଣିପାରି ଆଇନ୍‌ଜୀବୀ ରାଜେଶ ପଟ୍ଟନାୟକ ଏନେଇ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ସେମାନଙ୍କ ଫୋନ୍‌ ନମ୍ୱରକୁ ଟ୍ରାକ୍‌ କରିଥିଲା। ତା’ପରେ ସେମାନଙ୍କ ଠକଣା ପାଇଥିଲା। ପରେ ମାଲକାନଗିରି ପୁଲିସ୍‌ ନୟାଗଡ଼ରେ ପହଞ୍ଚିଥିଲା । ନୟାଗଡ଼ ପୁଲିସ୍‌ ସହାୟତାରେ ମାଲକାନଗିରି ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ।

- Advertisement -spot_img

More articles

- Advertisement -spot_img

Latest article

ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା

ଭଦ୍ରକ, (୨୪/୦୪) : ଆପ୍ର. : ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ହସ୍ପିଟାଲରେ । ମୃତ ମହିଳା ହେଲେ ରାନ୍ଦୀଆ ପଂଚାୟତ...

ଧାନ ସଂଗ୍ରହ କମିଟି ବୈଠକ: ଆରମ୍ଭ ହେବ ଧାନ କିଣା ବିକା ପ୍ରକ୍ରିୟା

ବରଗଡ, (୨୪/୦୪) : ଆପ୍ର. : ଚଳିତ ରବି ଋତୁ ପାଇଁ ବୁଧବାର ବରଗଡ଼ ଜିଲ୍ଲା ଧାନ ସଂଗ୍ରହ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମଇ ୧୪...

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ରେକର୍ଡ ଭାଙ୍ଗୁଛି ତାତି

ଭୁବନେଶ୍ୱର, (୨୪/୦୪) : ଆପ୍ର. : କାଳବୈଶାଖୀ ପରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପାରଦ ବଢିବା ସହିତ ତାତି ଓ ଗୁଳୁଗୁଳି ଅସହ୍ୟ ହେବାକୁ ବସିଲାଣି । ଘରୁ ବାହାରିବା ମଧ୍ୟ...

ଟ୍ରେନ ରୁ ଖସି ପଡ଼ି ଯୁବକ ମୃତ

ସୁବର୍ଣ୍ଣପୁର, (୨୩/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନ ନମ୍ୱର ୧୮୫୨୩ ବିଶାଖାପାଟନା ବନାରସ ଏକ୍ସପ୍ରେସରେ ଆସୁଥିବା ସମୟରେ ଅସାବଧାନତାରୁ ଟ୍ରେନରୁ ଖସି...

ଏପ୍ରିଲ ୧୫ରୁ ଜୁନ ୧୪ ସମୁଦ୍ରରୁ ମାଛ ଧରିବା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବୀ ପରିବାର

ବାଲେଶ୍ବର, (୨୪/୦୪) : ଆପ୍ର. : ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୂଦ୍ରରୁ ମାଛ ଧରିବା ଉପରେ କଟକଣା ଲାଗିବା ପରେ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ମାଛ ବଂଶ ବୃଦ୍ଧି...