32.9 C
Balāngīr
Sunday, July 13, 2025

ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୩) : ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମଧ୍ୟରେ ଡ଼କ୍ଟର ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ସାରସ୍ବତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡ଼ଃ. ଦଧିବାମନ ମିଶ୍ର, ମୁଖ୍ୟଅତିଥି ସାହିତ୍ୟିକ ଗୋରେଖ ନାଥ ସାହୁ ଏବଂ ଡ଼ଃ.ଗୋବର୍ଦ୍ଧନ ନାୟକ,କହ୍ନେୟା ଲାଲ୍ ଜୀ, ରତନ୍ ଲାଲ୍ ଜୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଗ୍ରନ୍ଥକାର ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ଙ୍କର ବହୁ ଚର୍ଚ୍ଚିତ ସା ରସ୍ବତ ସୃଜନ GATEWAY OF LEARNING ବହୁଭାଷୀ ପୁସ୍ତକ କୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା, ପୁସ୍ତକ ରଚନା ର ପୃଷ୍ଠଭୂମି,ଉଦ୍ଦେଶ୍ୟ, ଅଭିଜ୍ଞତା ଓ ଆଭିମୁଖ୍ୟ ପ୍ରକାଶ କରି ପାଠକଙ୍କ ନିମନ୍ତେ ଏହା ଲୋକାର୍ପଣ କରିଥିଲେ । ପ୍ରାଧ୍ୟାପକ ଡ଼କ୍ଟର ଜ୍ୟୋତି ରଞ୍ଜନ ବହିଦାର ଅତ୍ୟନ୍ତ ନିଖୁଣ ତଥା ପ୍ରାଞ୍ଜଳ ଭାବରେ ପୁସ୍ତକଟିକୁ ସମୀକ୍ଷା କରିଥିଲେ । ଡ଼କ୍ଟର ଆର୍ତ୍ତତ୍ରାଣ ବାବୁ, ସଭାରେ ଉପସ୍ଥିତ ଅତିଥିଗଣ ଙ୍କ ସହିତ ସମସ୍ତ କବି, ଲେଖକ, ସାହିତ୍ୟିକ, ସଜ୍ଜନ ମଣ୍ଡଳୀଙ୍କୁ ଧନ୍ୟବାଦ୍ ତଥା କୃତଜ୍ଞତା ଜଣାଇବା ସହିତ ଲେଖକ ଶ୍ରୀଯୁକ୍ତ ପଣ୍ଡାଙ୍କୁ ମଧ୍ୟ ମହତ୍ , ଅଭିନବ ଓ ସୁନ୍ଦର ପ୍ରୟାସ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ସ୍ୱାଗତ ସମ୍ଭାଷଣ ସହିତ ସଭାକୁ ସଂଯୋଜନା କରିଥିଲେ ଶିକ୍ଷାବିତ୍ ପ୍ରଦୀପ କୁମାର ପୁରୋହିତ୍ l ଏହି ସାରସ୍ୱତ ସଭାରେ ସର୍ବଶ୍ରୀ ବାସୁଦେବ ମିଶ୍ର, ହରିହର ଶତପଥୀ, ଜ୍ୟୋତି ରଞ୍ଜନ ପଟ୍ଟନାୟକ,ଡଃ. ସୁଦାମ ନାଏକ, ବ୍ରଜ ମୋହନ ଦାନୀ, ମୃତ୍ୟୁଞ୍ଜୟ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଶ୍ରୀଧର ବାଗ,ବେଣୁଧର ପ୍ରଧାନ, ପ୍ରଶାନ୍ତ ସାହୁ,ଦୟାନିଧି ସେଠୀ, କଳାକାହ୍ନୁ ଦାଶ , ଅମୂଲ୍ୟ ପାତ୍ର,ଚିତ୍ତରଞ୍ଜନ ନାୟକ,ଅହଲ୍ୟା ପଣ୍ଡା,ମୀନା ମହାରଣା, ଝିଲିପାତ୍ର,ମାନସୀ ପଣ୍ଡା ତଥା ଲେଖକ ଯୋଗୀନ୍ଦ୍ର ପଣ୍ଡା ଙ୍କ ର ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ଉକ୍ତ ଯୋଗଦାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...