ଗୁଣପୁର:୩୦/୦୩- ଆପ୍ର): ପ୍ରତ୍ୟେକ ଘରକୁ ପକ୍କାଘର , ପ୍ରତ୍ୟେକ ରାସ୍ତାକୁ ପକ୍କା ରାସ୍ତା କରିବାକୁ ନିଷ୍ପତ୍ତି ନେଇଛି ମୋହନ ଚରଣ ମାଝୀଙ୍କ ସରକାର । ମୁଣ୍ଡ ଉପରେ ସୁରକ୍ଷିତ ଛାତ ପାଇଁ ୨୦୧୬ମସିହାରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୫ ଲକ୍ଷ ଗୃହ ନିର୍ମାଣ ସରିଛି ।
ବର୍ତ୍ତମାନ ରାଜ୍ୟ ସରକାର ଭିନ୍ନକ୍ଷମ , ବିଧବା , ଦୁରାରୋଗ୍ୟରେ ପିଡିତ ବ୍ୟକ୍ତି , ସହିଦ୍ ଙ୍କ ପରିବାର , ବନ୍ୟା , ବାତ୍ୟା ଓ ଅଗ୍ନିକାଣ୍ଡରେ ଘର ନଷ୍ଟ ହୋଇଥିବା ପରିବାରଙ୍କ ପାଇଁ ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା । ଏହି ପରିପ୍ରେକ୍ଷୀରେ ଆଜି ଭବାନିପାଟଣାର କ୍ରୀଷ୍ଣା ନଗର ପଡିଆ ଠାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ହିତାଧିକାରୀ ଏହାକୁ ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ ଙ୍କ ମାଧ୍ୟମରେ ଆବେଦନ କରିପାରିବେ ।
ସରକାର ଏହି ଯୋଜନା ପାଇଁ ୭୭୫୦ କୋଟିର ବ୍ୟୟ ବରାଦ କରିଛନ୍ତି । ଆସନ୍ତା ତିନିବର୍ଷ ମଧ୍ୟରେ ଅତିକମରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରିବାର ଲକ୍ଷ ରଖିଛନ୍ତି । ଆଜି ଗୁଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତ୍ୟୋଦୟ ଗୃହ ଯୋଜନା ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ପଞ୍ଚାୟତର ହିତାଧିକାରୀ ମାନେ ସାମିଲ ହୋଇଥିଲେ । ଭର୍ଚୁଆଲ ମୋଡରେ ମୂଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ପରେ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି ଯୋଜନାରୁ ବଞ୍ଚିତ ହିତାଧିକାରୀ ମାନେ ଶିଘ୍ର ପଞ୍ଜିକରଣ କରି ଯୋଜନାରେ ସାମିଲ ହେବାକୁ ଅଧିକାରୀ ମାନେ ଆହ୍ଵାନ ଦେଇଥିଲେ ।
CUET PG 2025 Registration Open: Apply by February 1 – Direct Link Provided