32.9 C
Balāngīr
Thursday, July 10, 2025

ପୂର୍ବତନ କଂଗ୍ରେସ ବିଧାୟକ ଙ୍କ ସହ ବିଜେଡ଼ି ର ଆଲୋଚନା ସଫଳ

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୮/୧୦) : ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ର ରାଣୀ ପେଣ୍ଠ ଗ୍ରାମ ପଞ୍ଚାୟତ ଜିଲ୍ଲା ସଦର ମହକୁମା ର ଅତି ନିକଟ ଅଟେ । ଗତ ସାଧାରଣ ନିର୍ବାଚନ ରେ ଏହି ପଞ୍ଚାୟତ ରୁ ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ କେ. ସୁର୍ଯ୍ୟା ରାଓ କଂଗ୍ରେସ ଟିକେଟ ହତେଇବାରେ ସକ୍ଷମ ହୋଇଥିଲେ ।WhatsApp Image 2021 10 28 at 7.38.38 AM ପୂର୍ବତନ କଂଗ୍ରେସ ବିଧାୟକ ଙ୍କ ସହ ବିଜେଡ଼ି ର ଆଲୋଚନା ସଫଳ

ଡ.ତିରୁପତି ପାଣିଗ୍ରାହୀ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରେ ଅବତୀର୍ଣ୍ଣ ହେବା, ବିଜେଡି ନାରାୟଣ ରାଓ ଙ୍କ ଟିକେଟ କାଟି ରାଣୀ କଲ୍ୟାଣୀ ଦେବୀ ଙ୍କ ଟିକେଟ ଦେବାରେ ପାରଳା ବିଧାନସଭା ଆସନ ଟି ଚତୁର ମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା । ରାଜନୀତି ରେ କିଏ କାହାର ଶତ୍ରୁ ନାହିଁ । ଏହି ଉକ୍ତି ଟି ଏଠାରେ ଠିକ୍ କାମ କରିଛି । ଆଜି ସନ୍ଧ୍ୟା ରେ ଡ୍.ତିରୁପତି ପାଣିଗ୍ରାହୀ ଓ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦୀ ପୂର୍ବତନ କଂଗ୍ରେସ ବିଧାୟକ କେ. ସୁର୍ଯ୍ୟ ରାଓ ଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଙ୍କ ବାସ ଭବନ ଠାରେ ବିଜେଡ଼ି ସଭାପତି ପ୍ରଦୀପ ନାୟକ,ବିଜେଡ଼ି ଜିଲ୍ଲା ଉପ ସଭାପତି କେ. ମାଧୁ,କାଶୀନଗର ଟାଉନ୍ ସଭାପତି ରଘୁରାମ ସାହୁ ଆହୁରି ବହୁ ନେତା ପହଞ୍ଚି ଶ୍ରୀ ରାଓ ଙ୍କ ସହ ଆଲୋଚନା କରିଥିଲେ ।

ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସମସ୍ତେ ମିଳିମିଶି କାମ କରି ବିଜେଡ଼ି କୁ ମଜବୁତ୍ କରିବାକୁ ଆଲୋଚନା ହୋଇଥିଲା । ଶ୍ରୀ ରାଓ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ । ରାଣୀ ପେଣ୍ଠ ପଞ୍ଚାୟତ ବିଜେଡ଼ି ହାତ କୁ ଯିବା ପାଇଁ ସମସ୍ତ ଯୋଜନା ହୋଇଥିବା ଜଣା ଯାଇଛି । ସମୟ କଣ କହିବ ଦେଖିବାକୁ ବାକି ରହିଲା | ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ସଭାପତି ଅର୍.ରାମ ପ୍ରସାଦ,ଗବାରା ତୀରୁ ପତି ରାଓ, ସି ଏଚ୍ ଲୋକ ନାଥ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...