ମୁନିଗୁଡା , (୨୫/୩) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଠାରେ ଅବସ୍ଥିତ ସୁଭଦ୍ରା – ଉଦ୍ଧବ ଶୌଣ୍ଡିକ ମଙ୍ଗଳ ଭବନ ପରିସରରେ ଗତକାଲି ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ରାଜ୍ୟରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ, ପୂର୍ବତନ ରାଜ୍ୟ ସଭାପତି ତଥା ଭାରତବର୍ଷର ରାଷ୍ଟ୍ରବାଦି ଜନନେତା ଦିବଂଗତ ଡ଼ା.ଦେବେନ୍ଦ୍ର ପ୍ରଧାନଙ୍କୁ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ରାଜ୍ୟ ଓ ମୋର୍ଚ୍ଚା ଉପ ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ଡ଼ା.ପ୍ରଧାନଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ଅମର ଆତ୍ମାର ସଦଗତି କାମନା କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀଯୁକ୍ତ ବେହେରା ଡ଼ା.ପ୍ରଧାନଙ୍କ ସ୍ମୃୟିଚାରଣ କରି ତାଙ୍କର ବଳିଷ୍ଠ ନେତୃତ୍ବ,ସାଂଗଠାନିକ ଦକ୍ଷତା, ନିଷ୍ଠାପର ସେବା,ତ୍ୟାଗପୂତ ଦେଶପ୍ରେମ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ଏବଂ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଥିବା ବୋଲି ପ୍ରକାଶ କରିଥିଲେ ।
ସେହିପରି ବିଜେପି ମଣ୍ଡଳ ସଭାପତି ସୁବାସ ଗୌଡ଼ ଡ଼ା.ପ୍ରଧାନଙ୍କ ବିଜେପି ଦଳକୁ ଲୋକାଭିମୁଖୀ କରିବାରେ ଜୀବନବ୍ୟାପୀ ସାଧନା ଏବଂ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ଓଡ଼ିଶା ପ୍ରତି ତାଙ୍କର ଅନେକ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ ଗୌରାଙ୍ଗ ଚରଣ ରାଉତ, ମଣ୍ଡଳ ବିଜେପି ଯୁବନେତା ପଦ୍ମ ବେହେରା, ଟୁନା କରକରିଆ, ମୀନ ଗୌଡ଼, ଜଳନ୍ଧର ବେହେରା, ସୁବାସ ସାହୁକାର, ପଞ୍ଚାନନ ସାହୁ, ରୁଦ୍ର ମୁଗୁଲୀ, ଭୋଗୀ ବେହେରା, ଧନୁ କୁସୁଲିୟା, ମନୋଜ ସାହୁ ପ୍ରମୁଖ ଦଳୀୟ କର୍ମୀମାନେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରତିଷ୍ଠାତା ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।