ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩/୩) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଙ୍କ ପତ୍ନୀ ଙ୍କ ବିୟୋଗ ହୋଇଥିବା ଜଣା ପଡିଛି ।
ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୂର୍ଯ୍ୟା ରାଓ ଙ୍କ ପତ୍ନୀ କେ. ପଦ୍ମା ଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ପାଇ ବର୍ତମାନ ବିଧାୟକ ଥିବା ଇଂ. ରୁପେଶ ପାଣିଗ୍ରାହୀ ତାଙ୍କ ବାସ ଭବନ ରାଣୀପେଣ୍ଠ ରେ ପହଂଚି ତାଙ୍କୁ ଗଭୀର ସମବେଦନା ଜଣାଇଛନ୍ତି | ତାଙ୍କ ସହ ବିଭିନ୍ନ ଜନ ପ୍ରତିନିଧି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଵରା ତିରୁପତି ରାଓ ମଧ୍ୟ ସମବେଦନା ଜଣାଇଛନ୍ତି ।