32.9 C
Balāngīr
Wednesday, April 23, 2025

ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୁରିବାହାଲ ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୦/୧) : ମୁରିବାହାଲ ବ୍ଲକର ବିଭିନ୍ନ ଧାନ ମଣ୍ଡିକୁ ଗୁରୁବାର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ପରିଦର୍ଶନ କରିଥିଲେ । ସେ ବ୍ଲକର ବଡସାଇମରା, ଗୁଡିଘାଟ, ମୁରିବାହାଲ, ପତ୍ରାପାଲି ଓ ହଳଦୀ ମଣ୍ଡି ପରିଦର୍ଶନ କରିଥିଲେ ।WhatsApp Image 2025 01 10 at 11.25.44 ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୁରିବାହାଲ ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ

ବ୍ଲକର ସମସ୍ତ ମଣ୍ଡିରେ ୨ ରୁ ୩ କେଜି ଧାନ କଟନି ହେଉଥିବାବେଳେ କେବଳ ହଳଦୀ ମଣ୍ଡିରେ ସର୍ବାଧିକ ୪କେଜି କଟନି ହେଉଥିବା ଚାଷୀମାନେ ତାଙ୍କୁ ଅଭିଯୋଗ କରିଥିବା ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି । ଦୁଃଖର ବିଷୟ ଏହା ଯେ ହଳଦୀ ପେକସ ସମ୍ପାଦକ ବିକାଶ ଆଡଜୁଆଡ ଧାନ କିଣା ଛାଡ଼ି ସବୁବେଳେ ମଣ୍ଡିରେ ଅନୁପସ୍ଥିତ ରହୁଥିବା ଓ ପିଅନଙ୍କ ଭରଷାରେ ହଳଦୀ ପେକସ ଚାଲିଥିବା ଚାଷୀମାନେ ତାଙ୍କୁ ଅଭିଯୋଗ କରିଥିଲେ । ବଡସାଇମରା ମଣ୍ଡିରେ ହାତୀ ଉପଦ୍ରବ କରିଥିବା ୧୪ଜଣ ଚାଷୀଙ୍କ ୭୮ବସ୍ତା ହାରାହାରି ୩୦ କ୍ୟୁଣ୍ଟାଲ ଧାନର ଏମ୍‌ଏସ୍‌ପି ୨୩୦୦ ଟଙ୍କା ଓ ଇନପୁଟ ସବସିଡି ୮୦୦ ଟଙ୍କା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଯୋଗାଇଦେବାକୁ ଶ୍ରୀ ସାଲୁଜା ସରକାରଙ୍କଠାରେ ଦାବି କରିଥିଲେ ।

ଆଗାମୀ ଦିନରେ ବ୍ଲକର ମଣ୍ଡିଗୁଡିକର ଅବସ୍ଥା ନ ସୁଧୁରିଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାଲୁଜା ଚେତାବନୀ ଦେଇଥିଲେ । ଏହି ସମୟରେ ବ୍ଲକ କଂଗ୍ରେସ କମିଟିର ଗିରିଧାରୀ ସାହୁ, ଭିବିଷଣ ମହାନନ୍ଦ, ଯଦୁପତି ଅଗସ୍ତି, ବୁଲୁ ବିଶି, ତପି ନାଗ, ବୁଲୁ କୁମ୍ଭାର, ବେଣୁ ପସାୟତ, ତୁଲା ନାଗ ପ୍ରମୁଖ ଉପସ୍ଥିତ ଥିଲେ ।”

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...