ରାଉରକେଲା, (୨୮/୦୩) : ଆ.ପ୍ର. : ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିମାଡ଼ । ରାଉରକେଲା ରଘୁନାଥପାଲି ଥାନା ଦେଓଗାଁ ଅଞ୍ଚଳରେ ଗୁଳିମାଡ ହୋଇଛି ।
ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ରଘୁନାଥପାଲି ଥାନା ପୋଲିସ୍ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଥିବା ବେଳେ ଟାର୍ଗେଟ କରାଯାଇଥିବା ବ୍ୟକ୍ତିଜଣକ ବର୍ତ୍ତମାନ ସୁରକ୍ଷିତ ରହିଛନ୍ତି । ୨ ରାଉଣ୍ଡ ଫାୟାରିଂ କରାଯାଇଥିଲେ ହେଁ ତାଙ୍କ ଦେହରେ ଗୁଳି ବାଜି ନାହିଁ । ତେବେ ଗତମାସ ଫେବୃଆରୀ ୨୩ ତାରିଖରେେ ମଧ୍ୟ ଗୁଳିମାଡ଼ ହୋଇଥିଲା । ତେବେ ବାରମ୍ବାର ଗୁଳିମାଡ଼କୁ ନେଇ ଚିନ୍ତାରେ ରହିଛନ୍ତି ଜିଲ୍ଲାବାସୀ । ପୋଲିସ ପାଟ୍ରୋଲିଂ ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।