32.9 C
Balāngīr
Wednesday, April 23, 2025

ପେପର୍ କାର୍ଟୁନ୍ କମ୍ପାନୀରେ ଅଗ୍ନିକାଣ୍ଡ, ଜଣେ ଅଗ୍ନିଶମ କର୍ମଚାରୀ ଆହତ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୧୦/୦୨) : ରାୟଗଡ଼ା ନିକଟସ୍ଥ ଭାକୁରଗୁଡାରେ ଥିବା ସତ୍ୟମ୍ ପେପର୍ ଓ ମୁଭର୍ସ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର‌ ସମ୍ପତ୍ତି ପୋଡିଯାଇଛି ।‌

ଏହି ନିଆଁ ଲିଭାଇବା କାର୍ଯ୍ୟରେ ୫ଟି ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିୟୋଜିତ ଥିଲେ । ନିଆଁ ଲିଭାଇବାବେଳେ କୋଲନରା ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ସେ ନିଆଁ ଲିଭାଇବାବେଳେ ପଡିଯିବାରୁ ତାଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆଜି ମଧ୍ୟାହ୍ନ ୧୨ ଟା ବେଳେ କେମିକାଲ ଗୋଦାମରୁ ଆକସ୍ମିକ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପିଥିଲା । ଖବରପାଇ ରାୟଗଡ଼ା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ସେଠାରେ କେମିକାଲ୍ସ ଓ ପେପର ସବୁ ଗଦା ହୋଇଥିବାରୁ ନିଆଁ ଲିଭି ନଥିଲା ।

ରାୟଗଡ଼ା ଅଗ୍ନିଶମ ବାହିନୀ ସହ କୋଲନରା ଅଗ୍ନିଶମ ବାହିନୀର କର୍ମଚାରୀ, ଜେକେ କାଗଜ କଳ, ଇମ୍ଫା‌ ଓ ଉତ୍କଳ ଆଲୁମିନା କମ୍ପାନୀର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୀର୍ଘ ୬ ଘଣ୍ଟା ପରିଶ୍ରମ କରିବା ପରେ ସଂଧ୍ୟା ୭ଟା ବେଳେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ।‌ ଏଥିରେ କାରଖାନା ଶ୍ରମିକ ଓ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରିଥିଲେ । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । କେମିକାଲ ଗୋଦାମରୁ ନିଆଁ ବ୍ୟାପିଥିଲା ବୋଲି କାରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଏତେବଡ଼ କାରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳିକି ନିଆଁ ଲିଭାଇବାକୁ କର୍ମଚାରୀ ମଧ୍ୟ କାରଖାନାରେ ନିଯୁକ୍ତି ପାଇନାହାନ୍ତି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ପେପର୍ କାର୍ଟୁନ୍, କଞ୍ଚାମାଲ ଓ କେମିକାଲ ସବୁ ପୋଡ଼ି ପାଉଁଶ ହୋଇଯାଇଛି ।

କମ୍ପାନୀ ପଛପଟେ ଥିବା କପା ବାଡରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି। ନିକଟରେ ପାଣିର ସୁବିଧା ନଥିବାରୁ ନିଆଁ ଲିଭାଇବାକୁ ଅଧିକ ସମୟ ଲାଗିଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ରାୟଗଡ଼ା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା କହିଛନ୍ତି। ଖବର ପାଇ ଚାନ୍ଦିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...