ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୯/୦୫) : ଖୋର୍ଦ୍ଧା ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ବଡ଼ସାହି ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି ।
ଗ୍ରାମର ଭାବଗ୍ରାହୀ ବେହେରାଙ୍କ ପୁଅ ହିତେଶ ବେହେରା ମଙ୍ଗଳବାର ସକାଳେ ସ୍ଥାନୀୟ ପୋଖରୀରେ ବୁଡ଼ିଯାଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମୃତ ହିତେଶ ଘରେ ଖେଳୁଥିବା ବେଳେ ତାଙ୍କର ମାଆ ଶାନ୍ତି ବେହେରା ଘରେ ସିଲେଇ କରୁଥିଲେ । କିନ୍ତୁ ପୁଅ ଖେଳିବାକୁ କୁଆଡେ ଚାଲି ଯାଇଛି ଭାବି କିଛି ସମୟ ପରେ ଖୋଜାଖୋଜି ଆରମ୍ଭ କରିଥିଲେ ।
ପରେ ପୁଅକୁ ନ ପାଇବାରୁ ସନ୍ଦେହ କରି ଚାରିଆଡେ ଖୋଜା ଖୋଜି କରିବା ସହ ଘର ସାମ୍ନାରେ ଥିବା ଏକ ପୁରାତନ ପୋଖରୀରେ ଖୋଜାଖୋଜି କରିବାରୁ ନିଖୋଜ ହିତେଶଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ କଳାପଥର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।