ସାଲେପୁର, (୨୭/୦୪) : ଆପ୍ର. : ପୋଖରୀରେ ବୁଡି ୨ ଶିଶୁ ମୃତ । ଖେଳୁଥିବା ବେଳେ ଘଟିଲା ଅଘଟଣ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମରେ ଘଟିଛି ଅଘଟଣ ।
ସୂଚନା ଅନୁଯାଇ, ଦିଲୀପ ସାହୁଙ୍କ ଦୁଇ ବର୍ଷର ଶିଶୁ ପୁତ୍ର କାମେଶ୍ୱର ସାହୁ ଏବଂ ଓସ୍ତପୂର ବାସିନ୍ଦା ବଳରାମ ସାହୁଙ୍କ ଚାରି ବର୍ଷର ଶିଶୁ କନ୍ୟା ଭାଗ୍ୟଲକ୍ଷ୍ମୀ ସାହୁଙ୍କ ଘରପାଖ ଏକ ପୋଖରୀରେ ବୁଡ଼ି ମୃତୁ ହୋଇଥିବା ସୁଚନା ମିଳିଛି । ବଳରାମଙ୍କ ଝିଅ ନିଜ ମଉସା ଘର ରାମକୃଷ୍ଣପୁରକୁ ଆସିଥିବା ବେଳେ ମଉସା ଦିଲ୍ଲୀପ ସାହୁଙ୍କ ପୁଅ କାମେଶ୍ୱର ସାହୁ ଦିବା ୪.୩୦ ମିନିଟ ସମୟରେ ଖେଳୁଥିଲେ । ଏହି ସମୟରେ ଘଟିଛି ଏଭଳି ଅଘଟଣ । ସ୍ଥାନୀୟ ଲୋକେ ସଂଗେ ସଂଗେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ପହଂଚି ମୃତଦେହ ଜବତ କରି ଶବ ଗୃହରେ ରଖି ତଦନ୍ତ ଜାରି ରଖିଛି।