ରାୟଗଡା, (୨୮/୦୪) : ଆପ୍ର. : ରାୟଗଡା ପୌର ପରିଷଦ ମଧ୍ୟରେ ଥିବା ବ୍ଯାଙ୍କ କଲୋନୀ ପ୍ରଥମ ଗଳିରେ ଅନେକ ମଟର ସାଇକେଲ ଦୁର୍ଘଟଣା ହୋଇଛି ।
ନିଳାଞ୍ଚଳ ମିଠା ଦୋକାନୀ ପୋଡା ତେଲ ନେଇ ଓମିନି ଓଡି ୩୩ ଏଲ ୨୪୪୧ ଗାଡ଼ିରେ ଧରି ଯିବା ସମୟରେ ପଚାଶ ଲିଟର ଉର୍ଦ୍ଧ ତେଲ ରାସ୍ତା ଉପରେ ଢାଳି ହୋଇ ଯାଇଥିଲା ରାସ୍ତାରେ । କିନ୍ତୁ, ଚତୁରତାର ସହ ବ୍ୟବସାୟୀଙ୍କ ଗାଡ଼ି ସେଠାରୁ ଚାଲି ଯାଇଥିଲା । ରାସ୍ତା ଉପରେ ଏହି ଢ଼ାଳି ହୋଇଥିବାରୁ ଏହି ତେଲ ଉପର ଦେଇ ଯାଉଥିବା ୧୦ରୁ ଉର୍ଦ୍ଧ ଗାଡ଼ି ଦୁର୍ଘଟଣା ହୋଇ ପ୍ରାୟ ୧୫ ଜଣ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସଚେତନ ନାଗରିକ ସ୍ଥାନୀୟ ଅଞ୍ଚଳର ସୁଜିତ କୁମାର ପଣ୍ଡା, ପରିବାର ସହ ଦୁର୍ଘଟଣାର ଶିକାର ହୋଇ କୁନି ଝିଅ ଏବଂ ତାଙ୍କ ପତ୍ନୀଙ୍କୁ ଆଘାତ ଲାଗିଥିଲା। ପରିବାର ଙ୍କ ସହ ଶ୍ରୀଯୁକ୍ତ ପଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆଶୁ ଚିକିତ୍ସା କରି ଫେରିଥିଲେ ।
ପରେ ପରେ ଦୁର୍ଘଟଣା ସ୍ଥାନକୁ ଯାଇ କାଉନସିଲର ସନ୍ତୋଷ ଦଳାଇଙ୍କ ସହାୟତାରେ କେଉଁ ଗାଡ଼ିର ତେଲ ରାସ୍ତା ଉପରେ ପଡିଛି ବୋଲି ଅନୁସନ୍ଧାନ କରିବା ପରେ ଜଣାପଡିଥିଲା ଯେ, କପିଳାସ ରାସ୍ତାରେ ଥିବା ମିଠା ଦୋକାନିଙ୍କର ବୋଲି ଜଣା ପଡିଥିଲା । ଏନେଇ ଶ୍ରୀଯୁକ୍ତ ଦଳାଇ ମିଠା ବ୍ଯବସାୟଙ୍କୁ ତାଗିଦ କରିବା ପରେ ରାସ୍ତା ଉପରେ ବାଲି ପକେଇ ରାସ୍ତାରୁ ତେଲ ହଟେଇ ଥିଲେ । ବର୍ତ୍ତମାନ ସେ ତେଲ କାହିଁକି ମିଠା ଦୋକାନୀ ନେଉଥିଲେ। ମିଠା ପ୍ରସ୍ତୁତ କେନ୍ଦ୍ର ବ୍ଯବସାୟୀକ କର ପୌର ପରିଷଦକୁ ଦିଆଯାଉଛି କି ନାହିଁ ତଦନ୍ତ କରିବା ପାଇଁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ।